ETV Bharat / state

୨୦ ବର୍ଷ ପରେ ମାଓଗଡରେ ହେବ ମତଦାନ, ନେତା ବାଛିବେ ଜନତା

author img

By

Published : Feb 20, 2022, 4:00 PM IST

ଦୀର୍ଘ ୨୦ ବର୍ଷ ପରେ ମାଓଗଡରେ ପଡିବ ଭୋଟ । ନିୟମଗିରି ପାହାଡ଼ର ପାଦଦେଶରେ ଥିବା ମାଓଗଡ ତ୍ରିଲୋଚନପୁର ପଞ୍ଚାୟତରେ ଏଥର ସିଲେକ୍ସନ ନୁହେଁ ହେବ ଇଲେକ୍ସନ । ବାଲାଟ ପେପରରେ ଗାଁ ନେତା ବାଛିବେ ପଞ୍ଚାୟତବାସୀ । ଅଧିକ ପଢନ୍ତୁ

୨୦ ବର୍ଷ ପରେ ମାଓଗଡରେ ପଡିବ ଭୋଟ
୨୦ ବର୍ଷ ପରେ ମାଓଗଡରେ ପଡିବ ଭୋଟ

ଭବାନୀପାଟଣା: ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ନିଜର ବହୁ ମୂଲ୍ୟ ମତସାବ୍ୟସ୍ତ କରି ସାଧାରଣ ଜନତା ଜନ ପ୍ରତିନିଧିଙ୍କୁ ନିର୍ବାଚିତ କରନ୍ତି । ହେଲେ ଆମ ରାଜ୍ୟରେ ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି ଇଲେକ୍ସନ ନୁହେଁ ବରଂ ହୋଇଥାଏ ସିଲେକ୍ସନ । ଏପରି ଏକ ଅଞ୍ଚଳ ହେଉଛି କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡ଼ର ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର । ମାଓଗଡ ଭାବେ ପରିଚିତ ତ୍ରିଲୋଚନପୁର । ୨୦୦୨ ମସିହାରେ ୨୭ ଖଣ୍ଡ ଗାଁକୁ ନେଇ ନୂତନ ପଞ୍ଚାୟତ ଭାବରେ ଗଠିତ ହୋଇଥିଲା ତ୍ରିଲୋଚନପୁର ପଞ୍ଚାୟତ ।

୨୦ ବର୍ଷ ପରେ ମାଓଗଡରେ ପଡିବ ଭୋଟ

ପଞ୍ଚାୟତ ଗଠନ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏଠି ଗ୍ରାମବାସୀ ଜନପ୍ରତିନିଧି ଚୟନ କରୁଥିଲେ । କିନ୍ତୁ ସରକାରଙ୍କ ବିକାଶ ରଥ ଏହି ଅଞ୍ଚଳରେ ପହଞ୍ଚି ପାରିଲା ନାହିଁ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ବର୍ଷ ବର୍ଷ ଧରି ବଞ୍ଚିତ ରହିଲେ ଅଞ୍ଚଳବାସୀ । ୨୦୧୧ ମସିହାରେ ଏଠାରେ ମାଓବାଦୀ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ । ତ୍ରିଲୋଚନପୁରରେ ଲାଲବାହିନୀ ନିଜର ଉପସ୍ଥିତି ଜାହିର କରିବା ସହ ଆଦିବାସୀଙ୍କ ମୌଳିକ ସମସ୍ୟା ଓ ସରକାରଙ୍କ ଅପାରଗତାର କଥା କହି ନିୟମଗିରି ଅଞ୍ଚଳରେ ନିଜର କାୟାବିସ୍ତାର କରିଚାଲିଛନ୍ତି ।

୨୦୦୨ ମସିହାରେ ୨୭ ଖଣ୍ଡ ଗାଁକୁ ନେଇ ଗଠନ ହୋଇଥିବା ତ୍ରିଲୋଚନପୁର ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ବିନା ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବରଙ୍କୁ ନିଜେ ଚୟନ କରିଆସୁଛନ୍ତି ପଞ୍ଚାୟତବାସୀ । ହେଲେ ଦୀର୍ଘ ୨୦ ବର୍ଷ ପରେ ଏଠାରେ ସିଲେକ୍ସନ ବଦଳରେ ହେବାକୁ ଯାଉଛି ଏବେ ଇଲେକ୍ସନ । ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଲୋକେ ବାଲାଟ ପେପରରେ ଏଥର ଗାଁ ନେତା ବାଛିବେ ବୋଲି ଆଶା ରହିଛି । ୨୦୧୭ରେ ଯେତେବେଳେ ତ୍ରିଲୋଚନପୁର ପଞ୍ଚାୟତରେ ନିର୍ବାଚନ ହେବାକୁ ଥିଲା, ସେହି ସମୟରେ ପୋଷ୍ଟର, ବ୍ୟାନର ଲଗାଇ ପଞ୍ଚାୟତବାସୀଙ୍କୁ ଭୋଟ ବର୍ଜନ କରିବାକୁ ଆହ୍ବାନ ଦେଇଥିଲେ ଲାଲବାହିନୀ । ଫଳରେ ପଞ୍ଚାୟତରେ ୧୧ ରୁ ଅଧିକ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ମାଓ ଭୟରେ କେହି ଜଣେ ବି ଭୋଟ ଦେଇନଥିଲେ ।

ନିୟମଗିରି ପାହାଡ଼ର ପାଦ ଦେଶରେ ଅବସ୍ଥିତ ଏହି ପଞ୍ଚାୟତରେ ମୋଟ୍ ୨୭ ଗୋଟି ଗ୍ରାମ ଥିବାବେଳେ ୧୦୫୬ ଜନସଂଖ୍ୟାକୁ ନେଇ ୧୧ଟି ବୁଥରେ ବିଭକ୍ତ କରାଯାଇଛି । ୨୦୦୨ ମସିହାରେ ନୂତନ ଭାବେ ଗାଁ ସ୍ଥାପନ ହୋଇ ସେଥର ପ୍ରଥମ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇଥିଲା । ୨୦୦୨ରୁ ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବରଙ୍କୁ ନିଜେ ଚୟନ କରୁଥିଲେ ଭୋଟର । ତ୍ରିଲୋଚନପୁରର ସର୍ବପ୍ରଥମ ସରପଞ୍ଚ ଭାବେ ୨୦୦୨-୦୭ ପର୍ଯ୍ୟନ୍ତ ଲକ୍ଷେ ମାଝୀ, ପରେ ୨୦୦୭-୧୨ ପର୍ଯ୍ୟନ୍ତ ଜୟନ୍ତ ମାଝୀ, ୨୦୧୨-୧୭ ଯାଏଁ ଟିମୁଲି ମାଝୀ ଓ ୨୦୧୭ରୁ ଆଜି ଯାଏଁ ଚନ୍ଦ୍ର ମାଝୀଙ୍କୁ ନିର୍ଦ୍ବନ୍ଦରେ ପଞ୍ଚାୟତବାସୀ ସରପଞ୍ଚ ଚୟନ କରିଥିଲେ । ୱାର୍ଡମେମ୍ବର ମଧ୍ୟ ନିର୍ଦ୍ବନ୍ଦରେ ଚୟନ କରାଯାଉଥିଲା । ସମିତି ସଭ୍ୟ ପାଇଁ ମଧ୍ୟ ଏହି ନିୟମ ବଳବତ୍ତର ରହିଥିଲେ ହେଁ ୨୦୧୭ ନିର୍ବାଚନରେ ୪ ପ୍ରତିଦ୍ଵନ୍ଦୀ ସାମିଲ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଭୋଟ୍ ହୋଇନଥିଲା ।

୨୦୧୧ ମସିହାରୁ ତ୍ରିଲୋଚନପୁର ପଞ୍ଚାୟତ ଅଞ୍ଚଳରେ ମାଓ ଗତିବିଧି ଦେଖିବାକୁ ମିଳିଥିଲା । ୨୦୧୧ ଜୁଲାଇ ୭ ତାରିଖରେ ତ୍ରିଲୋଚନପୁର ଗ୍ରାମର ଅଜିତ ପଟ୍ଟନାୟକ, ୨୦୧୫ ଫେବୃୟାରୀ ୧୭ ତାରିଖରେ ଅଜିତଙ୍କ ସାନ ଭାଇ ସତ୍ୟନାରାୟଣ ପଟ୍ଟନାୟକ ଓ ୨୦୧୬ ନଭେମ୍ବର ୨ ତାରିଖରେ ତ୍ରିଲୋଚନପୁର ପୂର୍ବତନ ସରପଞ୍ଚ ଜୟନ୍ତ ମାଝୀଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଥିଲେ ।୨୦୧୭ ଫେବ୍ରୁଆରୀ ମାସ ପଞ୍ଚାୟତ ନିର୍ବାଚନ ସମୟରେ ମାଓବାଦୀ ମାନେ ପୋଷ୍ଟର, ବ୍ୟାନର ଲଗାଇ ପଞ୍ଚାୟତବାସୀଙ୍କୁ ଭୋଟ ବର୍ଜନ କରିବାକୁ ଆହ୍ବାନ ଦେଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ଭୋଟ୍ ଦେବାପାଇଁ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଚଳିତ ପଞ୍ଚାୟତ ନିର୍ବାଚନରେ ତ୍ରିଲୋଚନପୁର ପଞ୍ଚାୟତରେ ସରପଞ୍ଚ ଆସନ ଅନୁସୂଚିତ ଜନଜାତି ମହିଳା ପାଇଁ ସଂରକ୍ଷିତ ଥିବାବେଳେ ସମିତି ସଭ୍ୟ ଆସନ ମଧ୍ୟ ମହିଳାଙ୍କ ପାଇଁ ରହିଛି । ସେହପରି ଜିଲ୍ଲା ପରିଷଦ ସିଟ୍‌ ପୁରୁଷଙ୍କ ପାଇଁ ସଂରକ୍ଷିତ ଅଛି । ନିର୍ବାଚନୀ ମୈଦାନରେ ଦୁଇ ସରପଞ୍ଚ ଓ ୩ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସହ ୬ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଲୋକେ ମଧ୍ୟ ଭୋଟ ଦେଇ ଗାଁ ନେତା ବାଛିବାକୁ ବେଶ୍ ଉତ୍ସାହୀ ଥିବାର ଦେଖାଯାଇଛି । ପୂର୍ବପରି ପଞ୍ଚାୟତରେ ୧୧ଟି ୱାର୍ଡମେମ୍ବର ପଦବୀ ପାଇଁ ନିର୍ଦ୍ୱନ୍ଦରେ ଚୟନ ପ୍ରକ୍ରିୟା ଶେଷ ହୋଇଛି । ଏଥର ପଞ୍ଚାୟତ ନିର୍ବାଚନରେ ୨ ମହିଳା ସରପଞ୍ଚ ପ୍ରାର୍ଥିନୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ଏଠାରେ ବିକାଶର ସ୍ବପ୍ନ ଦେଖିଛନ୍ତି ଅଞ୍ଚଳବାସୀ । ତେବେ ମାଓ ଭୟରେ ଭୋଟ ବର୍ଜନ କରୁଥିବା ଏହି ମାଓଗଡରେ ମତଦାନ କେତେ ସଫଳ ହେବ ତାହା ସମୟ କହିବ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.