ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହରରେ ଟ୍ରାଫିକ ସମସ୍ୟା ଲୋକଙ୍କୁ ଚିନ୍ତାରେ ପକାଇଛି । ଯଦିଓ ପୂର୍ତ୍ତ ବିଭାଗ ପକ୍ଷରୁ ସହରର ରାସ୍ତା ପ୍ରଶସ୍ତିକରଣ କରାଯାଇଛି ତଥାପି ରାସ୍ତାରେ ପ୍ରବଳ ଭିଡ ଲାଗିରହୁଥିବା ଦେଖିବାକୁ ମିଳୁଛି । ଏତେ ସଂଖ୍ୟାରେ ଯାନବାହାନ ଅଟକ ରହୁଛି ସାଧାରଣ ଜୀବନ ଯାପନରେ ସମସ୍ୟା ସୃଷ୍ଟି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।
ସହରରେ ନାହିଁ ବାଏପାସ ରୋଡ, ଭବାନୀପାଟଣାରେ ବଢୁଛି ଟ୍ରାଫିକ ସମସ୍ୟା ପୋଲିସ ବିଭାଗର ସର୍ଭେ ଅନୁଯାୟୀ ଗତ ୧୦ ରୁ ୧୫ ବର୍ଷ ମଧ୍ୟରେ ସହରରେ ୪ ଗୁଣ ଯାନବାହାନ ବୃଦ୍ଧି ପାଇଛି । ଏପରିକି ପ୍ରତି ଘଣ୍ଟାରେ ସହରକୁ ୭୦୦ ଟି ଗାଡି ପ୍ରବେଶ କରୁଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି । ଏହାର ମୁଖ୍ୟ କାରଣ ବାଏପାସ ରୋଡ୍ ନିର୍ମାଣ ନ ହେବା । ଏହାସହ ରାସ୍ତା ଉପରେ ବେଆଇନ ପାର୍କିଂ ମଧ୍ୟ ଏକ ମୁଖ୍ୟ କାରଣ ହୋଇଛି । ଏହି ସମସ୍ୟା କେବଳ ଯେ ଜେଲ ଛକରେ ତାହା ନୁହେଁ ସହରର ଘୋଡାଘାଟ ଛକ, ଷ୍ଟ୍ୟାଚ୍ୟୁ ଛକ, ମାଣିଙ୍କେଶ୍ୱରୀ ଛକ ଓ କଲେଜ ଛକ ଭଳି ପ୍ରମୁଖ ଛକରେ ସମାନ ଅବସ୍ଥା ।ପୌର ବିଭାଗ ପକ୍ଷରୁ ମଧ୍ୟ ବୁଲା ଗୋରୁଗାଈକୁ କାଞ୍ଜିଗ୍ରୁହରେ ନରଖି ଛାଡି ଦେବା ଦ୍ୱାରା ଦେଖାଦେଇଛି ସମସ୍ୟା । ଏହାସହ ଜିଲ୍ଲା ପରିବହନ ବିଭାଗ ସୂଚନା ଅନୁସାରେ ୨ ଚକିଆ ଯାନର ବ୍ୟବହାର ସଂଖ୍ୟା ମଧ୍ୟ ବ୍ରୁଦ୍ଧି ପାଇଛି । ଏସବୁକୁ ନେଇ ବାଏପାସ ରୋଡ ନିତ୍ୟାନ୍ତ ଆବଶ୍ୟକ ଥିବାବେଳେ ବାଏପାସ ନିର୍ମାଣ କାମ ମନ୍ଥରଗତିରେ ଚାଲୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ଏନେଇ ସରକାର ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରାନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ