ETV Bharat / state

ବଢୁଛି ଟ୍ରାଫିକ ସମସ୍ୟା, ବାଏପାସ ନିର୍ମାଣ ଦାବି - ଭବାନୀପାଟଣା

ରାଜରାସ୍ତାରେ ବୁଲା ଗାଈଗୋରୁ ଓ କୁକୁରଙ୍କ ଚଳପ୍ରଚଳ ଫଳରେ ଦୁର୍ଘଟଣାର ଶିକାର ହେଉଛନ୍ତି ଭବାନୀପାଟଣା ବାସିନ୍ଦା । ଏଥିସହ ବାଏପାସ ରାସ୍ତା ନଥିବାରୁ ଭାରିଯାନ ମଧ୍ୟ ସହର ମଧ୍ୟ ଦେଇ ଯିବା ଆସିବା କରୁଛି । ତେଣୁ ସ୍ଥାନୀୟ ବାସିନ୍ଦାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଟ୍ରାଫିକ ସମସ୍ୟା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 12, 2019, 11:33 AM IST

କଳାହାଣ୍ଡି: ଜିଲ୍ଲାର ସଦର ମହକୁମା ଭବାନୀପାଟଣା । ଏହି ସହରର ଜନସଂଖ୍ୟା ପ୍ରାୟ ଡେଢ ଲକ୍ଷ । ଏପଟେ ଭବାନୀପାଟଣା ଜିଲ୍ଲାମୁଖ୍ୟାଳୟ ଉପରେ ନିର୍ଭରଶୀଳ ସବୁ ସରକାରୀ ବେସରକାରୀ କାର୍ଯାଳୟ ଠାରୁ ଆରମ୍ଭ କରି ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନ । ହେଲେ ସହରର ଟ୍ରାଫିକ ସମସ୍ୟା ଏବେ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସହରର ଜେଲ ଛକ ରାସ୍ତା ୨ ବର୍ଷ ତଳେ ପ୍ରଶସ୍ତିକରଣ କରାଯାଇଛି ତଥାପି ରାସ୍ତାରେ ଯାନବାହାନ ଚଳଚଳରେ ଅସୁବିଧା ସୃଷ୍ଟି ହେଉଛି । କାରଣ ରାସ୍ତାରେ ବୁଲା ଗାଈ ଗୋରୁଙ୍କ ସହ ବୁଲା କୁକୁରଙ୍କ ଗହଳି ଦେଖିବାକୁ ମିଳୁଛି ।

ପରିବହନ ବିଭାଗର ସର୍ଭେ ଅନୁଯାୟୀ ସହରକୁ ପ୍ରତି ଘଣ୍ଟାରେ ୭୦୦ଟି ଛୋଟ ବଡ ଯାନବାହାନ ପ୍ରବେଶ କରିଥାଏ । ତେବେ ବାଏପାସ ରାସ୍ତା ନଥିବାରୁ ଭାରିଯାନ ମଧ୍ୟ ସହର ମଧ୍ୟ ଦେଇ ଯିବା ଆସିବା କରୁଛି । ଫଳରେ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ପୌର ବିଭାଗ ପକ୍ଷରୁ ମଧ୍ୟ ବୁଲା ଗୋରୁ ଗାଈକୁ କାଞ୍ଜିଗୃହରେ ରଖାଯାଉ ନାହିଁ ।

ସୂଚନାଥାଉକି, ଏହି ସମସ୍ୟା କେବେଳ ଯେ ଜେଲ ଛକରେ ତାହା ନୁହେଁ ସହରର ଘୋଡାଘାଟ, ଷ୍ଟାଚ୍ୟୁ ଛକ, ମାଣିଙ୍କେଶ୍ବରୀ ଛକ ଓ କଲେଜ ଛକ ଭଳି ପ୍ରମୁଖ ଛକରେ ଏହି ସମସ୍ୟା ସୃଷ୍ଟି ହେଉଛି । ତେବେ ଏନେଇ ବାଏପାସ ରୋଡ ନିତାନ୍ତ ଆବଶ୍ୟକ । ଅନ୍ୟପଟେ ବାଏପାସ ନିର୍ମାଣ କାମ ମନ୍ଥରଗତିରେ ଚାଲୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ଏନେଇ ସରକାର ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଭିଓ-୧-କଳାହାଠି ଜିଲ୍ଲା ର ସଦର ମହକୂମା ଭବାନୀପାଟଣା । ସହର ର ଜନସଂଖ୍ୟା ପ୍ରାୟ ଡେଢ ଲକ୍ଷ । ଜିଳ୍କ୍ଲା ମୂଖ୍ୟାଳୟ ହେତୁ ସବୁ ସରକାରି ବେସରକାରୀ କାର୍ଯାଳୟ ଠାରୁ ଆରମ୍ଭ କରି ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନ ଉପରେ ନିର୍ଭରଶିଳ ଜିଲ୍ଲାବାସୀ । ହେଲେ ସହର ର ଟ୍ରାଫିକ ସମସ୍ୟା ଏବେ ଲୋକ ଙ୍କୁ ଚିନ୍ତା ରେ ପକାଇଦେଇଛି ।Body:ଏ ହେଉଛି ସହର ର ଜେଲ ଛକ ର ଦ୍ରୁଶ୍ୟ । ଯଦିଓ ୨ ବର୍ଷ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ସହର ର ରାସ୍ତା ପ୍ରସସ୍ତିକରଣ କରାଯାଇଛି ତଥାପି ଦେଖନ୍ତୁ ରାସ୍ତା ରେ ଯାନବାହାନ ଚଳଚଳ ର ଦ୍ରୁଶ୍ୟ । ବୁଲା ଗାଈ ଗୋରୁ ଙ୍କ ସହ ବୁଲା କୁକୁର ଙ୍କ ଗହଳି । ପରିବହନ ବିଭାଗ ର ସର୍ଭେ ଅନୁଯାୟୀ ସହର କୁ ପ୍ରତି ଘଣ୍ଟାରେ ୭୦୦ ଟି ଛୋଟ ବଡ ଯାନ ବାହାନ ପ୍ରବେଶ କରୁଥିବା ବେଳେ ରାସ୍ତା ରେ ଚାଲିକିଯିବା ବି ମୁସକିଲ । ଏହାର ମୂଖ୍ୟ କାରଣ ହେଉଛି ସହର ର ବାଏପାସ ରୋଡ । ବାଏପାସ ନଥିବାରୁ ଭାରିଯାନ ମଧ୍ୟ ସହର ମଧ୍ୟ ଦେଇ ଯିବା ଆସିବା କରୁଛି । ଏହି ସମସ୍ୟା କେବେଳ ଯେ ଜେଲ ଛକ ରେ ତାହା ନୁହେଁ ସହର ର ଘୋଡାଘାଟ/ଷ୍ଟେଚ୍ୟୁ ଛକ/ମାଣିଙ୍କେଶ୍ୱରୀ ଛକ ଓ କଲେଜ ଛକ ଭଳି ପ୍ରମୁଖ ଛକ ରେ ଏକା ସମସ୍ୟା ।
ବାଇଟ-ପଲ୍ଲୀଶ୍ରୀ ପଟ୍ଟନାୟକ (ଭାବାନୀପାଟଣା ବାସିନ୍ଦା)
ବାଇଟ-ଅକ୍ଷୟ କୁମାର ନନ୍ଦ (ଭବାନୀପାଟଣା ବାସିନ୍ଦା) Conclusion:ଭିଓ-୨-ପୌର ବିଭାଗ ପକ୍ଷରୁ ମଧ୍ୟ ବୁଲା ଗୋରୁ ଗାଈ କୁ କାଞ୍ଜିଗ୍ରୁହ ରେ ନରଖି ଛାଡି ଦେବା ଦ୍ୱାରା ଦେଖାଦେଇଛି ସମସ୍ୟା । ଏହାସହ ଜିଲ୍ଲା ପରିବହନ ବିଭାଗ ସୂଚନା ଅନୁସାରେ ୨ ଚକିଆ ଯାନ ର ବ୍ୟବହାର ସଂଖ୍ୟା ମଧ୍ୟ ବ୍ରୁଦ୍ଧି ପାଇଛି । ଏସବୁ କୁ ନେଇ ବାଏପାସ ରୋଡ ନିତାନ୍ତ ଆବଶ୍ୟକ ଥିବା ବେଳେ ବାଏପାସ ନିର୍ମାଣ କାମ ମନ୍ଥରଗତି ରେ ଚାଲୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ଏନେଇ ସରକାର ଦ୍ରୁଷ୍ଟି ଦେବାପାଇଁ ସାଧାରଣ ରେ ଦାବୀ ହୋଇଛି ।
ବାଇଟ-ସତ୍ୟ କୁମାର ନନ୍ଦ (ଟାଉନଥାନା ଅଧିକାରୀ-ଭବାନୀପାଟଣା)
ପିଟୁସି
ସୌଜନ୍ୟ: ସମ୍ୱାଦଦାତା, କଳାହାଠି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.