ଭବାନୀପାଟଣା: ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଆଜି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛି ପଛୁଆ ବର୍ଗ ଜାତି ସମୂହ।
ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର, ଶିକ୍ଷା, ଚାକିରି ଓ ରାଜନୀତି ସଂରକ୍ଷଣରୁ ଉଚ୍ଛେଦ କରାଯାଇଥିବାରୁ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ଦୋକାନ ଓ ଯାନବାହନକୁ ବାଦ ଦିଆଯିବା ନେଇ ଗତକାଲି ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ସୂଚନା ଦିଆଯାଇଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ