ETV Bharat / state

କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ପଞ୍ଝାରେ ବାଘ ଛାଲ ମାଫିଆ।, 6 ଅଭିଯୁକ୍ତ ଗିରଫ

author img

By

Published : Jul 10, 2021, 11:09 AM IST

Updated : Jul 10, 2021, 6:59 PM IST

ଶନିବାର ଓ୍ବାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଶଗଡା ଅଞ୍ଚଳରେ ଚଢ଼ାଉ କରି ୬ ଟି ବାଘ ଛାଲ ଜବତ କରିଛି । ଏହି ଘଟଣାରେ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟିମ୍ । ଅଧିକ ପଢନ୍ତୁ...

4 ବାଘ ଛାଲ ଜବତ ସହ 4 ଅଭିଯୁକ୍ତ ଗିରଫ
4 ବାଘ ଛାଲ ଜବତ ସହ 4 ଅଭିଯୁକ୍ତ ଗିରଫ

ଭବାନୀପାଟଣା: ପ୍ରଥମେ ବ୍ଲୁପ୍ରିଣ୍ଟ ପରେ ଗ୍ରାହକ ସାଜି ନାଟକୀୟ ଢଙ୍ଗରେ ଆନ୍ତରାଜ୍ୟ ୬ ଜଣ ବାଘ ଛାଲ ମାଫିଆଙ୍କୁ ଗିରଫ କରିଛି ଛତିଶଗଡ଼ ରାଜ୍ୟର ଓ୍ବାଇଲଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୂରୋ ଟିମ୍ । ନିକଟରେ ଏଭଳି ଏକ ଘଟଣାର ଫର୍ଦାଫାଶ କରିଥିଲା ଛତିଶଗଡ଼ ପୋଲିସ । ଏହାପରେ ଓ୍ବାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଆରମ୍ଭ କରିଥିଲା ଏକ ସ୍ବତନ୍ତ୍ର ଅପରେସନ । ଗୁଇନ୍ଦା ସୂତ୍ରରୁ ଚାଲିଥିଲା ତଥ୍ୟ ସଂଗ୍ରହ ପରେ ଘଟଣାର ପର୍ଦ୍ଦାଫାସ ପାଇଁ ଛତିଶଗଡ଼ ଗରିଆବନ୍ଧ ଏବଂ ଓଡ଼ିଶାର ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଡିଭିଜନର ବନ ଅଧିକାରୀଙ୍କୁ ନେଇ ଗଠନ ହୋଇଥିଲା ଏକ ସ୍ବତନ୍ତ୍ର ଟିମ ।

କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ପଞ୍ଝାରେ ବାଘ ଛାଲ ମାଫିଆ।, 6 ଅଭିଯୁକ୍ତ ଗିରଫ

ଆଉ ଶୁକ୍ରବାରରୁ ଆରମ୍ଭ ହୋଇଥିବା ଅପରେସନ ସମୟରେ ଜିଲ୍ଲାର ଜାରିଙ୍ଗ ଓ ମଦନପୁର ରାମପୁର ଅଞ୍ଚଳରୁ ୬ ଟି ବାଘଛାଲ, ନଖ ଓ ଦାନ୍ତ ସହ ଘଟଣାରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରି ବର୍ତ୍ତମାନ ବି ତଦନ୍ତ ଜାରି ରଖିଛି ଏହି ସ୍ବତନ୍ତ୍ର ଟିମ । ତେବେ ବିଶ୍ବସ୍ତ ସୂତ୍ରର ସୂଚନା ଅନୁଯାୟୀ ଏହି ଆନ୍ତଃ ରାଜ୍ୟ ବାଘ ଛାଲ ମାଫିଆଙ୍କ ଗିରଫ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଚଢ଼ାଉ ସମ୍ପର୍କରେ ଓ୍ବାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଟିମ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ମିଳିପାରିନାହିଁ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Jul 10, 2021, 6:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.