ETV Bharat / state

ଉତ୍କଳ ଆଲୁମିନା ବିରୁଦ୍ଧରେ କଂଗ୍ରେସର ୧୨୦ କିମି ପଦଯାତ୍ରା

author img

By

Published : Dec 14, 2022, 1:35 PM IST

ବିକାଶ ବଦଳରେ ବିନାଶ କରୁଛି ରାଷ୍ଟ୍ରୀୟ କମ୍ପାନୀ ଉତ୍କଳ ଆଲୁମିନା । ଗ୍ରାମବାସୀଙ୍କୁ ଠାରୁ ଜମି ନେଇ ଠକିଦେଇଛି କମ୍ପାନୀ । ଏଭଳି ଅଭିଯୋଗ ନେଇ ଗତକାଲି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛି ଥୁଆମୂଳ ରାମପୁର ବ୍ଲକ କଂଗ୍ରେସ କମିଟି । ଅଧିକ ପଢ଼ନ୍ତୁ

ବିକାଶ ବଦଳରେ ବିନାଶ କରୁଛି ଉତ୍କଳ ଆଲୁମିନା କମ୍ପାନୀ

ଭବାନୀପାଟନା: ବିକାଶ ବଦଳରେ ବିନାଶ କରୁଛି ରାଷ୍ଟ୍ରୀୟ କମ୍ପାନୀ ଉତ୍କଳ ଆଲୁମିନା (Utkal Alumina company is destroying instead of developing)। ଗ୍ରାମବାସୀ(Bafalamali)ଙ୍କୁ ଠାରୁ ଜମି ନେଇ ଠକିଦେଇଛି କମ୍ପାନୀ । ଏଭଳି ଅଭିଯୋଗ ନେଇ ଗତକାଲି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛି ଥୁଆମୂଳ ରାମପୁର ବ୍ଲକ କଂଗ୍ରେସ କମିଟି (congress protest to stop Bafala mali )। ଏନେଇ ଗତ ୧୧ ତାରିଖରେ ବଫଲାମାଳି ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ଦେବା ପାଇଁ କଂଗ୍ରେସ ପକ୍ଷରୁ ଗୋପୀନାଥପୁର ସହ ସମସ୍ତ ୩ଗୋଟି ପଞ୍ଚାୟତବାସୀଙ୍କୁ ନେଇ ଦୀର୍ଘ ୧୨୦ କିଲୋମିଟର ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏଥିରେ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ପାନୀୟଜଳ, ମୋବାଇଲ ନେଟୱାର୍କ, କମ୍ପାନୀରେ ନିଯୁକ୍ତି, ସମସ୍ତ ପ୍ରଭାବିତ ପରିବାରକୁ ଆର୍ଥିକ ସହାୟତା ଆଦି ପ୍ରଦାନ ଦାବି ଉଠାଇଥିଲେ । ତେବେ କୌଣସି ଦାବି ପୂରଣ ନହେବାରୁ ଗତକାଲି ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

ସେଠାରେ ସ୍ଥାନୀୟ ଲୋକେ କହିଥିଲେ କମ୍ପାନୀକୁ ନେଇ ଆମେ ଅନେକ ସ୍ବପ୍ନ ଦେଖିଥିଲୁ । କମ୍ପାନୀ ଆସିଛି ଆମର ବିକାଶ ହେବ । ନିଯୁକ୍ତି ସହ ରୋଜଗାର ବଢିବ । ସାମାଜିକ ସ୍ଥିତିରେ ସୁଧାର ଆସିବ । ଏମିତି ଅନେକ ଆଶା ଓ ବିଶ୍ବାସ ନେଇ କମ୍ପାନୀ ହାତରେ ସବୁକିଛି ଟେକିଥିଲେ ଅଞ୍ଚଳବାସୀ । ଏବେ ଏହି ବିସ୍ଥାପିତ ପରିବାର ବେସାହାରା ।

ଏହାମଧ୍ୟ ପଢ଼ନ୍ତୁ.ବଫଲାମାଳି ଖଣିଖନନକୁ ନେଇ କଂଗ୍ରେସର ତୀବ୍ର ବିରୋଧ

କମ୍ପାନୀ ଦେଇଥିବା ପ୍ରତିଶୃତି କଥା ପଚାରିଲେ ନାଲି ଆଖି ଦେଖାଉଛି କମ୍ପାନୀ । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକର ବଫଲାମାଲିରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଖଣି ଖନନ କରୁଛି । ହେଲେ ଜମି ହରାଇଥିବା ହିତାଧିକାରୀଙ୍କୁ ଦେଇଥିବା ପ୍ରତିଶୃତି ଭୁଲି ଯାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଇତି ମଧ୍ୟରେ ଖଣିଖନନ ଆରମ୍ଭକୁ ଆଜକୁ ଦୀର୍ଘ ୧୨ ବର୍ଷ ବିତିଗଲାଣି । ହେଲେ ଏ ପର୍ଯ୍ୟନ୍ତ ବିସ୍ଥାପିତଙ୍କ ସମସ୍ୟା ବୁଝିବାରେ ଅବହେଳା କରିଛି ଉତ୍କଳ ଆଲୁମିନା କମ୍ପାନୀ ।

ଅଭିଯୋଗ ଅନୁଯାୟୀ ଥୁଆମୁଳ ରାମପୁର ବ୍ଳକର ବଫଳାମାଲି ପର୍ବତ(Kalahandi Bafalamali) ଶିଖରରେ ଥିବା ଅଡ୍ରି, ଗୋପୀନାଥପୁର ଓ ମାଳିଗାଁ ପଞ୍ଚାୟତ ୧୦ରୁ ଊର୍ଦ୍ଧ୍ବ ଗାଁ ଲୋକଙ୍କୁ ବିସ୍ଥାପିତ କରିବା ସହ ଖଣିଖନନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗ୍ରାମ ସଭାରେ ଦେଇଥିବା ପ୍ରତିଶୃତିକୁ କମ୍ପାନୀ କର୍ତ୍ତୃପକ୍ଷ ପୂରଣ ନକରିବାରୁ ଗତକାଲି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.