ETV Bharat / state

ଡକାୟତୀ ଘଟଣାରେ ୩ ଅଭିଯୁକ୍ତ ଗିରଫ

author img

By

Published : Jul 4, 2022, 6:56 PM IST

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୋଲିସ ଡକାୟତୀ ଘଟଣାରେ ତିନି କୁଖ୍ୟାତ ଅପରାଧୀ ଗିରଫ । ଅଧିକ ପଢନ୍ତୁ

ଡକାୟତୀ ଘଟଣାରେ ୩ ଅଭିଯୁକ୍ତ ଗିରଫ
ଡକାୟତୀ ଘଟଣାରେ ୩ ଅଭିଯୁକ୍ତ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଗତ କିଛି ମାସ ହେଲା ଚୋରି ଡକାୟତୀ ବୃଦ୍ଧି ପାଇଛି । ଏହାକୁ ନେଇ ଗୋଳମୁଣ୍ଡା ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଥିଲା । ଦୁଇ ଦିନ ତଳେ ଗୋଲାମୁଣ୍ଡାବାସୀ ଏନେଇ କଳାହାଣ୍ଡି ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ । ଏସପିଙ୍କୁ ଅଭିଯୋଗ କରିବା ପରେ ହଠାତ୍ ତତ୍ପର ହୋଇ ଉଠିଥିଲା ପୋଲିସ । ଡକାୟତକୁ ଧରିବା ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା । ଏକ ଡକାୟତୀ ଘଟଣାରେ ଗତକାଲି ରାତିରେ ତିନି ଜଣ କୁଖ୍ୟାତ ଅପରାଧୀକୁ ଗିରଫ କରିଥିଲା ପୋଲିସ । ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

ଡକାୟତୀ ଘଟଣାରେ ୩ ଅଭିଯୁକ୍ତ ଗିରଫ

ଗତ ୨୨ ତାରିଖ ଦିନ ଗୋଲାମୁଣ୍ଡା ଚିଚିଆ ଗାଁର ସଂଯୁକ୍ତା ସରାଫଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା । ଡକାୟତ ମାନେ ଘରେପଶି ମାରଣାସ୍ତ୍ର ଦେଖାଇ ୩ ଭରି ସୁନା ଓ ୪୦ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ସଂଯୁକ୍ତା ଗୋଳାମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପରେ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ନବରଙ୍ଗପୁର ଜିଲ୍ଲାରୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ଅଞ୍ଚଳର ଦିଲ୍ଲୀପ ବାଗ ଓରଫ କାଳିଆ, ଉଷୀ ଯନୀଗୁଡା ଗାଁର ଉଦ୍ଧବ ହରିଜନ ଓ ହୀରଲୀ ଗାଁର ଗୋବର୍ଦ୍ଧନ ହରିଜନ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ଟି ବାଇକ, ୩ଟି ମୋବାଇଲ ଓ ନଗଦ ୨୦୮୦ ଟଙ୍କା ଜବତ କରାଯାଇଥିବା ନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.