ଭବାନୀପାଟଣା: ନକ୍ସଲ ଦମନ ପାଇଁ ସରକାର କଠୋର ନୀତି ଅବଲମ୍ବନ କରିବା ସହ ନକ୍ସଲ ପ୍ରବଣ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ସହଯୋଗରେ ସିଆରପିଏଫ ଓ ବିଏସଏଫ କ୍ୟାମ୍ପ ସବୁ ସ୍ଥାପନ ସହିତ ବାରମ୍ବାର କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସେହିପରି ଏହି ସବୁ ଦୁର୍ଗମ ଅଞ୍ଚଳରେ ରହୁଥିବା ଯବାନମାନଙ୍କ ମନୋବଳ ବୃଦ୍ଧି ସହିତ ସଠିକ ରଣନୀତି ପ୍ରସ୍ତୁତି ପାଇଁ ଘନଘନ ବୈଠକ ଓ ସମୀକ୍ଷା କରାଯାଉଛି ।
ଏହି କ୍ରମରେ ରାଜ୍ୟ ପୋଲିସ ଡିଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ମାଓପ୍ରବଣ ଗସ୍ତ ସହିତ ସେ ଅଞ୍ଚଳରେ ଥିବା କ୍ୟାମ୍ପ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଅନୁଷ୍ଠିତ ଏକ ପରିଦର୍ଶନ ଓ ସମୀକ୍ଷା କାର୍ଯ୍ୟକ୍ରମରେ କଳାହାଣ୍ଡି ସମେତ ରାୟଗଡା ଓ କନ୍ଧମାଳ ଜିଲ୍ଲାକୁ ସାମିଲ କରାଯାଇ ଥିବାବେଳେ ଡିଜିଙ୍କ ସହିତ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ଶର୍ମା, ଆଇଜି ଅମିତାଭ ଠାକୁର, ସିଆରପିଏଫର ଡିଆଇଜି ଏସକେ ମହାନ୍ତି, ବିଏସଏଫର ଡିଆଇଜି ଅନିରୁଦ୍ଧ ସିଂହ ପ୍ରମୁଖ ସାମିଲ ହୋଇଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ