ETV Bharat / state

ବଢୁଛି ସଂକ୍ରମଣ, ଜୁନାଗଡ଼ ସହର କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Aug 16, 2020, 3:29 PM IST

ଜୁନାଗଡ଼ ସହରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ସହରର ୨ , ୩ ଓ ୫ ନମ୍ବର ୱାର୍ଡ ସମେତ ୭,୯,୧୦ ଏବଂ ୧୧ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ୩ କିଲୋମିଟର ପରିଧି ଅଞ୍ଚଳକୁ ବଫର ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ବଢୁଛି ସଂକ୍ରମଣ, ଜୁନାଗଡ଼ ସହରକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା

ଭବାନୀପାଟଣା: ଜୁନାଗଡ଼ ସହରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । କୋରନାର ସଂଖ୍ୟା ବୃଦ୍ଧିକୁ ନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନାଗଡ଼ ଏନଏସିକୁ ଗତ ୧୨ ଓ ୧୩ ତାରିଖରେ ସଟଡାଉନ ଘୋଷଣା କରାଯାଇଥିଲା। ପୁଣି ଅଗଷ୍ଟ ୨୦ ତାରିଖ ମଧ୍ୟରାତ୍ରି ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ସହରର ୨ , ୩ ଓ ୫ ନମ୍ବର ୱାର୍ଡ ସମେତ ୭,୯,୧୦ ଏବଂ ୧୧ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ୩ କିଲୋମିଟର ପରିଧି ଅଞ୍ଚଳକୁ ବଫର ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ବର୍ତ୍ତମାନ ସୁଦ୍ଧା ଜୁନାଗଡ଼ ସହର ରେ ୫୨ ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ୱାର୍ଡ ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି କରି ତାଙ୍କ ତତ୍ୱାବଧାନ ରେ ସମସ୍ତ ଙ୍କୁ ସ୍କ୍ରିନିଂ ଓ ଲକ୍ଷଣ ଥିବା ବ୍ୟକ୍ତି ବିଷେଶ ମାନଙ୍କୁ କୋଭିଡ ଟେଷ୍ଟର ବ୍ୟବସ୍ଥା କରାଯାଇଛି। ତେବେ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.