ETV Bharat / state

ଶୁଣିଲାନି ପ୍ରଶାସନ, ଚାନ୍ଦା ଆଦାୟ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ - କଳାହାଣ୍ତି ଖବର

ପ୍ରଶାସନକୁ ଗୁହାରି କରି ଥକିଗଲେ । ନେତା ମନ୍ତ୍ରୀ ବି ସେମାନଙ୍କର ପ୍ରତିଶ୍ରୃତିର ପାହାଡ ଠିଆ କରିଦେଲେ । ହେଲେ କଲେ ନାହିଁ ରାସ୍ତା କାମ । ଶେଷରେ ଚାନ୍ଦା ଆଦାୟ କରି ନିଜ ଗାଁ ରାସ୍ତା କାମ କରିଛନ୍ତି କଳାହାଣ୍ତିର ରାକ୍ସି ଗ୍ରାମବାସୀ । ଅଧିକ ପଢନ୍ତୁ...

ଶୁଣିଲାନି ପ୍ରଶାସନ, ଚାନ୍ଦା ଆଦାୟ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

author img

By

Published : Aug 27, 2021, 11:27 AM IST

ଭବାନୀପାଟଣା: ପ୍ରଶାସନକୁ ଗୁହାରି କରି କରି ଥକିଗଲେ । ନେତା ମନ୍ତ୍ରୀ ବି ସେମାନଙ୍କର ପ୍ରତିଶ୍ରୃତିର ପାହାଡ ଠିଆ କରିଦେଲେ । ହେଲେ କଲେ ନାହିଁ ରାସ୍ତା କାମ । ଶେଷରେ ଚାନ୍ଦା ଆଦାୟ କରି ନିଜ ଗାଁ ରାସ୍ତା କାମ କରିଛନ୍ତି କଳାହାଣ୍ତିର ରାକ୍ସି ଗ୍ରାମବାସୀ । ଏବେ ଗାଁର ରାସ୍ତା ପୁରା ଚକଚକ । ରାକ୍ସି ଗାଁରୁ ବ୍ଲକ ମୁଖ୍ୟାଳୟ ସହ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଶେଷ ହୋଇଛି ।

ଶୁଣିଲାନି ପ୍ରଶାସନ, ଚାନ୍ଦା ଆଦାୟ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଦିନେ ସେହି ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଖିଲା ଯେ,ଗାଡି ମୋଟର ଯିବା ଆସିବା ତ ଦୂରର କଥା ଚାଲିକି ବି ମୁସ୍କିଲ ହୋଇ ପଡୁଥିଲା । ରାକ୍ସି ଗାଁରୁ ନର୍ଲା ଯିବାକୁ ହେଲେ ଏହି ରାସ୍ତା ଦେଇ ଯିବାକୁ ହୋଇଥାଏ । ଏହି ରାସ୍ତା ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭର କରନ୍ତି ଅଞ୍ଚଳବାସୀ । ସେ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ହେଉ ଅବା ବ୍ୟବସାୟ ଏ ରାସ୍ତା ହିଁ ହେଉଛି ଅଞ୍ଚଳବାସୀଙ୍କ ଜୀବନ ରେଖା । କିନ୍ତୁ ବର୍ଷା ଋତୁ ଆସିଲେ ଏ ଅଞ୍ଚଳର ଲୋକଙ୍କ ଦୁଃଖ ବଢିଯାଏ । କାହିଁକିନା ଆଣ୍ଠୁଏ କାଦୁଅ ଓ ଖାଲଖମା ଦେଇ ଯିବାକୁ ପଡିଥାଏ । ହେଲେ ଏବେ ଏକତାର ବଳ ଦେଖାଇଛନ୍ତି ଗାଁ ଲୋକ ଆଉ ଦୂର କରିଛନ୍ତି ଦୁଃଖ ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.