ETV Bharat / state

ଶିକ୍ଷକ ସଙ୍କଟ, ସ୍କୁଲରେ ତାଲା ଝୁଲାଇଲେ ଅଭିଭାବକ

8ଟି ଶ୍ରେଣୀ ପାଇଁ ମାତ୍ର 4ଜଣ ଶିକ୍ଷକ । କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ଝୁଲାଇଛନ୍ତି ଅଭିଭାବକ । ତୁରନ୍ତ ଶିକ୍ଷକ ପଦବୀ ପୂରଣ ପାଇଁ ଅଭିଭାବକ ଓ ସ୍କୁଲ କମିଟି ଦାବି କରିଛନ୍ତି ।

author img

By

Published : Aug 11, 2019, 6:08 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

କଳାହାଣ୍ଡି: ପୁଣି ପଦାରେ ପଡିଛି ନିଅଁଣ୍ଟିଆ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । ଆଜିର ଶିଶୁ ଆସନ୍ତା କାଲିର ନାଗରିକ । ସଭିଏଁ ପଢିବେ ସଭିଏଁ ବଢିବେ । ଏମିତି କେତେ ନାରା । ମୋ ସ୍କୁଲ ଯୋଜନାରେ ଶିକ୍ଷା ବ୍ୟବସ୍ଥାକୁ ସୃଦୃଢ କରାଯାଉଥିବା ଡେଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ତେବେ ଏସବୁ ଯେମିତି କେବଳ ସ୍ଲୋଗାନ ଓ ଭାଷଣରେ ସୀମିତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

ପ୍ରକୃତ ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି । କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ତାଲା ପକେଇଛନ୍ତି ଅଭିଭାବକ । ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 266 ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ତେବେ ସେଥିପାଇଁ ବିଦ୍ୟାଳୟରେ 8ଜଣ ଶିକ୍ଷକ ପଦବୀ ରହିଛି । ମାତ୍ର 5 ଜଣ ଶିକ୍ଷକ ଯେନତେନ ପ୍ରକାରରେ କାମ ଚଳେଇ ନେଉଥିଲେ । 8ଟି ଶ୍ରେଣୀର ପିଲାଙ୍କୁ 5ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ । ତେବେ ଗତ ଜୁଲାଇ ମାସରେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦିଳି କରାଯାଇଥିଲା । ଏହାପରେ ବିଦ୍ୟାଳୟରେ ଶିକ୍ଷାଦାନ ଏକରକମ ପ୍ରହସନ ହୋଇଯାଇଛି ।

ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀ, ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଏସଂକ୍ରାନ୍ତରେ ଅଭିଯୋଗ କରିଥିଲେ । ମାତ୍ର ପ୍ରତିକାର କରିବା ତ ଦୂରର କଥା ଏହି ଅସୁବିଧାକୁ ସରକାରୀ ବାବୁ କର୍ଣ୍ଣପାତ କରିବା ଉଚିତ ମଣି ନାହାଁନ୍ତି । ଫଳରେ ବାଧ୍ୟ ହୋଇ ବିଦ୍ୟାଳୟରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ରେ ବସିଛନ୍ତି ଅଞ୍ଚଳ ବାସୀ । ତୁରନ୍ତ ଶିକ୍ଷକ ପଦବୀ ପୂରଣ ପାଇଁ ଅଭିଭାବକ ଓ ସ୍କୁଲ କମିଟି ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଦାବି ରେ ଆଜି ଅଭିଭାବକ ଓ ସ୍କୁଲ କମିଟି ବିଦ୍ୟାଳୟ ରେ ତାଲା ପକାଇ ଧାରଣା ରେ ବସିଛନ୍ତି। ଅଭିଯୋଗ ଅନୁଯାୟୀBody: ସ୍କୁଲ ରେ ପ୍ରାୟ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୬୬ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ସ୍କୁଲରେ ଶିକ୍ଷକ ପଦବୀ ସଂଖ୍ୟା ୮ ହେଲେ ୫ ଟି ଶିକ୍ଷକ ଙ୍କୁ ନେଇ ସ୍କୁଲ ରେ ଚାଲିଥିଲା ଶିକ୍ଷାଦାନ। ହେଲେ ଗତ ଜୁଲାଇ ମାସରେ ପୁଣି ଜଣେ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ପରେ ସ୍କୁଲରେ ଶିକ୍ଷାଦାନ ନେଇ ଦେଖାଦେଇଛି ସମସ୍ୟା।ଏନେଇ ଅଞ୍ଚଳ ବାସୀ Conclusion:ବିଭାଗୀୟ ଅଧିକାରୀ ଙ୍କୁ ଅବଗତ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ସ୍କୁଲରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ରେ ବସିଛନ୍ତି। ସମସ୍ୟା ର ଆଶୁ ସମାଧାନ ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।
ବାଇଟ- ସୂର୍ଯ୍ୟ ନାରାୟଣ ଦାସ (ପ୍ରଧାନ ଶିକ୍ଷକ) ବ୍ଲୁ ସାର୍ଟ
ବାଇଟ- ସମ୍ପୂର୍ଣ ଶବର(ସ୍କୁଲ କମିଟି ସଭାପତି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.