ETV Bharat / state

ଫେଲ ମାରିଛି ସ୍ୱଚ୍ଛ ଭାରତ ମିଶନ, ମୁକ୍ତ ଶୌଚାଳୟ ପାଲଟିଛି ରାଜରାସ୍ତା

author img

By

Published : Jan 22, 2022, 12:34 PM IST

ଗୋଷ୍ଠୀ ଶୌଚାଳୟ ମାନଙ୍କରେ ପଡ଼ିଛି ତାଲା। ଯାହା ଫଳରେ ଲୋକଙ୍କ ପାଇଁ ମୁକ୍ତ ଶୌଚାଳୟ ପାଲଟିଛି ପୋଖରୀ ହୁଡ଼ା ଓ ରାଜରାସ୍ତା । ଏନଏସି ଅଞ୍ଚଳରେ ଭାରତ ସରକାରଙ୍କ ଯୋଜନା ଫେଲ ମାରିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

swachh bharat mission has failed in sundargarh
ଫେଲ ମାରିଛି ସ୍ୱଚ୍ଛ ଭାରତ ମିଶନ, ମୁକ୍ତ ଶୌଚାଳୟ ପାଲଟିଛି ରାଜରାସ୍ତା

କଳାହାଣ୍ଡି: ଗୋଷ୍ଠୀ ଶୌଚାଳୟ ମାନଙ୍କରେ ପଡ଼ିଛି ତାଲା। ଯାହା ଫଳରେ ଲୋକଙ୍କ ପାଇଁ ମୁକ୍ତ ଶୌଚାଳୟ ପାଲଟିଛି ପୋଖରୀ ହୁଡ଼ା ଓ ରାଜରାସ୍ତା । ଏନଏସି ଅଞ୍ଚଳରେ ଭାରତ ସରକାରଙ୍କ ଯୋଜନା ଫେଲ ମାରିଥିବା ଦେଖିବାକୁ ମିଳିଛି।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟ ମାନଙ୍କରେ ତାଲା ପଡ଼ିଥିବା ଜଣାପଡ଼ିଛି। ଜିଲ୍ଲାର ଜୁନାଗଡ଼ ସହର ୧୯୭୦ ମସିହା ମାର୍ଚ୍ଚ ମାସ ୧୮ ତାରିଖରେ ୧୨ ଟି ୱାର୍ଡକୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଣତ ହୋଇଥିଲା। ଏହି ଜୁନାଗଡ଼ ଏନଏସି ୧୯୯୫ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ୪ ବର୍ଷ ଧରି ରାଜ୍ୟର ଶ୍ରେଷ୍ଠ ଏନଏସିର ମାନ୍ୟତା ମଧ୍ୟ ପାଇଛି । ଏହି ଏନଏସି ଅଞ୍ଚଳରେ ୧୨ଟି ୱାର୍ଡରେ ୧୯ ହଜାର ୬୫୬ ଜଣ ଲୋକ ବସବାସ କରନ୍ତି । ଅନେକ ଗରିବ ଲୋକଙ୍କ ପାଖରେ ଘର ନ ଥିବା ବେଳେ ଶୌଚାଳୟ ସେମାନଙ୍କ ପାଇଁ ସ୍ବପ୍ନ ପାଲଟିଛି ।

ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରରେ ୨୦ ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା। ହେଲେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି ଶୌଚାଳୟ ଉଦଘାଟନ ଦିନ ଠାରୁ ହିଁ ତାଲା ଝୁଲୁଛି। ଫଳରେ ଭାରତ ସରକାରଙ୍କ ବିକାଶମୁଖୀ ଅଞ୍ଚଳରେ ପ୍ରହସନ ପାଳଟିଛି ସ୍ୱଚ୍ଛ ପରିମଳ ସହରର ସ୍ୱପ୍ନ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.