ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପଣ୍ଡକୁଳ ଅନାଥାଶ୍ରମରେ ଜଣେ ଅନ୍ତେବାସିନୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏନେଇ ଅନାଥାଶ୍ରମର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଆଶ୍ରମର ଜଣେ ନାବାଳିକାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଧର୍ମଗଡ଼ ବ୍ଲକ ଥନଟ ଗାଁର ଏହି ୧୩ ବର୍ଷୀୟା ନାବାଳିକାଙ୍କ ମୃତଦେହ ଅନାଥାଶ୍ରମର ଶୌଚାଳୟରୁ ଉଦ୍ଧାର ହୋଇଥିଲା ।
ସେ ୨୦୧୬ ମସିହାରୁ ଅନାଥାଶ୍ରମରେ ରହି ଆସୁଥିଲେ । ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଅନାଥାଶ୍ରମରେ ଅନ୍ତେବାସିନୀଙ୍କ ମୃତ୍ୟୁ ପଛର କାରଣକୁ ନେଇ ଏକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ