ETV Bharat / state

କେନ୍ଦୁପତ୍ର ତୋଳାଳି ଓ ରେଞ୍ଜର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ - କେନ୍ଦୁପତ୍ର ତୋଳାଳି ଓ ରେଂଜରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବିଭିନ୍ନ ଦାବି ନେଇ କଳାହାଣ୍ଡିର ବିଭିନ୍ନ ସ୍ଥାନରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କଲେ କେନ୍ଦୁପତ୍ର ତୋଳାଳି ଓ ରେଞ୍ଜର କର୍ମଚାରୀ । ଦାବି ପୂରଣ ନ ହେବାଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଲେ ସଂଘର କର୍ମକର୍ତ୍ତା । ଅଧିକ ପଢନ୍ତୁ...

strike by kendu leaf workers and rangers
କେନ୍ଦୁପତ୍ର ତୋଳାଳି ଓ ରେଂଜର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
author img

By

Published : Mar 13, 2020, 8:04 AM IST

କଳାହାଣ୍ଡି: ରାଜ୍ୟ ସଂଘର ଆହ୍ବାନକ୍ରମେ ବୁଧବାର କଳାହାଣ୍ଡିର ବିଭିନ୍ନ ସ୍ଥାନରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ହୋଇଥିଲା । କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରର କେନ୍ଦୁପତ୍ର ତୋଳାଳି ଓ ରେଞ୍ଜର କର୍ମଚାରୀ ଏହି ଆନ୍ଦୋଳନ କରିଛନ୍ତି । କର୍ମଚାରୀମାନଙ୍କ ଦରମା ବୃଦ୍ଧି, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ, କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ଆଦି ଦାବି ନେଇ ଏହି ଆନ୍ଦୋଳନର ଡାକରା ଦିଆଯାଇଥିଲା । ତେବେ ଦାବି ପୂରଣ ନ ହେବାଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି ।

କେନ୍ଦୁପତ୍ର ତୋଳାଳି ଓ ରେଂଜର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସେପଟେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘଙ୍କ ଆହ୍ବାନ କ୍ରମେ ନର୍ଲା କେନ୍ଦୁପତ୍ର ରେଞ୍ଜ ଅଫିସ ଘେରାଉ ହୋଇଛି । ତେବେ ୪୨ଟି ଫଡିର ଚେକର, ସର୍କଲ ଚେକର, ମୁନ୍ସୀ ଚପରାସୀଙ୍କ ଉପସ୍ଥିତିରେ ଏହି ଘେରାଉ କରାଯାଇ ଥିଲା । ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିଥିଲେ। ଫରେଷ୍ଟର ଶୁଭେନ୍ଦୁ ବିଶିଙ୍କ ଜରିଆରେ ୭ ଦଫା ଦାବି ପତ୍ର ମୁଖ୍ୟ ବନ ସଂରକ୍ଷକ କେନ୍ଦୁପତ୍ର ଭୁବନେଶ୍ବରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.