କଳାହାଣ୍ଡି: କୋରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 3 ଯାଏଁ ଲକଡାଉନ ଲାଗୁ ହୋଇଛି । ଏଭଳି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲାର ଅନେକ ଗରିବ ପରିବାର ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଏନେଇ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କିଆପଦର ପଞ୍ଚାୟତର ସ୍ଥାନୀୟ ଜନ ପ୍ରତିନିଧି ଓ ସମାଜସେବୀ ମାନଙ୍କ ପକ୍ଷରୁ ଗରିବ ଅସହାୟ ମାନଙ୍କୁ ଫଳ, ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି।
ଏହି ଜନ ପ୍ରତିନିଧିମାନେ ଲୋକମାନଙ୍କୁ ସାମାଜିକ ଦୂରତ୍ୱ ରଖିବା ଓ ବ୍ୟକ୍ତିଗତ ସ୍ବଛତା ରଖି ସାବୁନରେ ହାତ ଧୋଇବା ନେଇ ସଚେତନ ମଧ୍ୟ କରିଥିଲେ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ