ETV Bharat / state

ସ୍ମାର୍ଟଫୋନ ସାଜିଛି ମାଧ୍ୟମ, ଅନଲାଇନରେ ଚାଲିଛି ଶିକ୍ଷାଦାନ - teaching is going on online

କୋରାନା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ, ଘରୋଇ ଟିଉସନ ବି ନାହିଁ। ତେଣୁ ବର୍ତ୍ତମାନ ସବୁ ଛାତ୍ରଛାତ୍ରୀ ଚିନ୍ତାରେ । ଏଭଳି ସ୍ଥିତିରେ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଦୂରଦର୍ଶନ ଜରିଆରେ ପାଠ ପଢାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

online teaching
ଅନଲାଇନରେ ଚାଲିଛି ପିଲାଙ୍କ ପାଠପଢା
author img

By

Published : Jun 11, 2020, 3:27 PM IST

Updated : Jun 11, 2020, 5:01 PM IST

ଭବାନୀପାଟଣା: କୋରାନା ମହାମାରୀ ଯୋଗୁଁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିବାବେଳେ ଏହାରି ଭିତରେ ପୂରା ଠପ୍ ହୋଇଯାଇଛି ପିଲାଙ୍କ ପାଠପଢା। ସ୍କୁଲ, କଲେଜ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ପିଲାମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ହେଲେ ଏହି ସମୟରେ ଯେପରି ପିଲାଙ୍କ ପାଠ ପଢାରେ ବ୍ୟାହାତ ସୃଷ୍ଟି ନହୁଏ , ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନଲାଇନରେ ପାଠପଢା ।

ଅନଲାଇନରେ ଚାଲିଛି ପିଲାଙ୍କ ପାଠପଢା

ଶିକ୍ଷାନୁଷ୍ଠାନ ବନ୍ଦ, ଘରୋଇ ଟିଉସନ ବି ନାହିଁ। ତେଣୁ ବର୍ତ୍ତମାନ ସବୁ ଛାତ୍ରଛାତ୍ରୀ ଚିନ୍ତାରେ । ଏଭଳି ସ୍ଥିତିରେ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଦୂରଦର୍ଶନ ଜରିଆରେ ପାଠ ପଢାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଚିନ୍ତା ଯେତିକି ବଢୁଛି, ତାଠାରୁ ଅଧିକ ଚିନ୍ତିତ ଅଭିଭାବକ।

ଆଉ ଏସବୁ ଭିତରେ କିଛି ଶିକ୍ଷାନୁଷ୍ଠାନ ମଧ୍ୟ ଆରମ୍ଭ କରିଛନ୍ତି ଅନଲାଇନ ଶିକ୍ଷାଦାନ। ଖାତା କଲମ ଧରି ସ୍ମାର୍ଟଫୋନ ଆଗରେ ବସିଛନ୍ତି ଛାତ୍ରଛାତ୍ରୀ। ଘରୋଇ ଶିକ୍ଷାନୁଷ୍ଠାନମାନେ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ କରି ସୋସିଆଲ ମିଡ଼ିଆ ସାହାଯ୍ୟରେ ଶିକ୍ଷକମାନେ ଦେଉଛନ୍ତି ଶିକ୍ଷାଦାନ।

କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ ଦ୍ବାରା ପିଲାଙ୍କୁ ପାଠ ପଢିବାକୁ କୁହାଯିବ । ମାତ୍ର ଯେଉଁ ଛାତ୍ରଛାତ୍ରୀମଙ୍କ ପାଖରେ କମ୍ପୁଟର ଥିବା ସେମାନେ ହିଁ ଉପକୃତ ହୋଇପାରିବେ । ଆଉ ଏଭଳି ସ୍ଥିତିରେ ଅନଲାଇନରେ ଶିକ୍ଷାଦାନ ହେଉଛି ସତ । କିନ୍ତୁ ସବୁଠି ଇଣ୍ଟରନେଟ ସୁବିଧା ଓ ସମସ୍ତଙ୍କ ପାଖରେ ଏଣ୍ଡ୍ରଏଡ଼ ଫୋନ ଥିବ ତାର ବି ଗ୍ୟାରେଣ୍ଟି ନାହିଁ ।

ଏମିତିରେ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥସାଧନ ଲକ୍ଷକୁ ନେଇ ସରକାରଙ୍କ ଏହି ପରିକଳ୍ପନା ଉପରେ ପ୍ରଶ୍ନ କରିଛନ୍ତି ଶିକ୍ଷାବିତ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

Last Updated : Jun 11, 2020, 5:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.