ETV Bharat / state

କଳାହାଣ୍ଡିରେ ଦୋକାନ ଭିତରୁ ମାଲିକଙ୍କ ମୃତଦେହ ଉଦ୍ଧାର - କଳାହାଣ୍ଡି ଖବର

କଳାହାଣ୍ଡିରେ ଦୋକାନ ଭିତରୁ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

Etv Bharatକଳାହାଣ୍ଡିରେ ଦୋକାନ ଭିତରୁ ମାଲିକଙ୍କ ମୃତଦେହ ଉଦ୍ଧାର

author img

By

Published : Nov 15, 2022, 2:00 PM IST

ଭବାନୀପାଟଣା: ଦୋକାନ ଭିତରୁ ମିଳିଲା ମାଲିକଙ୍କ ଝୁଲନ୍ତା ମୃତଦେହ । ଆଜି(ମଙ୍ଗଳବାର) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସହରର ବିବିସିପଡା ହନୁମାନ ମନ୍ଦିର ନିକଟରେ ଥିବା ଏକ ହାର୍ଡୱେର ଦୋକାନ ମାଲିକଙ୍କ ମୃତଦେହ ଉଦ୍ଧାର ହୋଇଛି(Hanging Deadbody Of Shop Owner Recovered) । ମୃତକଙ୍କ ନାମ ଆନନ୍ଦ ଅଗ୍ରୱାଲ ଓ ସହରର ନୂଆଁବନ୍ଧ ପଡା ଅଞ୍ଚଳରେ ତାଙ୍କ ଘର ହୋଇଥିବା ଜଣାପଡିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଦୋକାନ ମାଲିକ ଆନନ୍ଦ ଅଗ୍ରୱାଲ ଆଜି ବଡ଼ି ଭୋରରୁ ପ୍ରାତଃ ଭ୍ରମଣ ପାଇଁ ଯାଉଛି କହି ଘରୁ ବାହାରିଥିଲେ । ପରେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଫୋନ ଯୋଗେଁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେଣୁ ଶେଷରେ ପରିବାର ଲୋକେ ଦୋକାନକୁ ଯାଇ ଦେଖିଥିଲେ । ଦୋକାନ ସଟର ଟେକି ଦେଖିଲା ବେଳକୁ ଭିତରେ ଝୁଲନ୍ତା ଅବସ୍ଥାରେ ଆନନ୍ଦ ଅଗ୍ରୱାଲଙ୍କ ମୃତଦେହ ଦେଖିବାକୁ ମିଳିଥିଲା ।

କଳାହାଣ୍ଡିରେ ଦୋକାନ ଭିତରୁ ମାଲିକଙ୍କ ମୃତଦେହ ଉଦ୍ଧାର

ଏହାମଧ୍ୟ ପଢନ୍ତୁ: RAW Officer Suicide: ଦିଲ୍ଲୀରେ ୧୦ ମହଲାରୁ ଡେଇଁ ଓଡିଆ ଅଫିସରଙ୍କ ଆତ୍ମହତ୍ୟା

ଏ ସମ୍ପର୍କରେ ପରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ, ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡି ନଥିବା ପୋଲିସ ପ୍ରକାଶ କରିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟ ରହସ୍ୟ ଉପରୁ ପରଦା ଉଠିବ ବୋଲି କୁହାଯାଇଛି । ସେପଟେ ଏହି ଘଟଣା ଜଣାପଡିବା ପରେ ପୁରା ଭାବନୀପାଟଣା ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.