ETV Bharat / state

କୋଭିଡ 19 ପାଇଁ ସତର୍କ କଳାହାଣ୍ଡି, ଯୁବଗୋଷ୍ଠୀ ବାଣ୍ଟୁଛନ୍ତି ମାଗଣା ମାସ୍କ - masks distributes free in kalahandi

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଥିବା ବେଳେ ଲୋକଙ୍କୁ କୋରୋନା ସଂକ୍ରମଣ ଉପରେ ସଚେତନ କରିବା ସହ ମାସ୍କ ବଣ୍ଟନ ପାଇଁ ଆଗେଇ ଆସିଛନ୍ତି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସଂଗଠନ ଓ ଯୁବଗୋଷ୍ଠୀ । ପଢନ୍ତୁ ସମ୍ପର୍ଣ୍ଣ ଖବର...

ଶିବ ପଟ୍ଟନାଏକ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ମାସ୍କ ବଣ୍ଟନ

author img

By

Published : Apr 16, 2020, 9:34 AM IST

Updated : Apr 16, 2020, 10:14 AM IST

ଭବାନୀପାଟଣା: ରାଜ୍ୟରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କାରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁମାନେ ଲଗାତାର ୩ ଥର ମାସ୍କ ନପିନ୍ଧିବେ, ସେମାନେ ୨୦୦ ଟଙ୍କା ଲେଖାଁଏ ଜରିମାନା ଦେବେ । ଏହାପରେ ଯଦି ଏହାକୁ ଉଲଙ୍ଘନ କରନ୍ତି ତେବେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଥିବା ବେଳେ ଲୋକଙ୍କୁ କୋରୋନା ସଂକ୍ରମଣ ଉପରେ ସଚେତନ କରିବା ସହ ମାସ୍କ ବଣ୍ଟନ ପାଇଁ ଆଗେଇ ଆସିଛନ୍ତି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସଂଗଠନ ଓ ଯୁବଗୋଷ୍ଠୀ ।

କୋଭିଡ 19 ପାଇଁ ସତର୍କ କଳାହାଣ୍ଡି, ଯୁବଗୋଷ୍ଠୀ ବାଣ୍ଟୁଛନ୍ତି ମାଗଣା ମାସ୍କ

ଓଡ଼ିଶା କୋଭିଡ ୧୯ ଅଧିନିୟମ ୨୦୨୦ ଆଧାରରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଆଜି ଲକଡାଉନର ୨୧ ଦିନ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାବାସୀ ଏହି ନିର୍ଦ୍ଦେଶାନାମାକୁ ପାଳନ କରୁଥିବା ଦେଖିବାକୁ ମିଳିଛି । ଭବାନୀପାଟଣା ସାପ୍ତାହିକ ହାଟରେ ମଧ୍ୟ ଲୋକେ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ସେପଟେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଥିବା ବେଳେ ଲୋକଙ୍କୁ କୋରୋନା ସଂକ୍ରମଣ ଉପରେ ସଚେତନ କରିବା ସହ ମାସ୍କ ବଣ୍ଟନ ପାଇଁ ଆଗେଇ ଆସିଛନ୍ତି ବିଭିନ୍ନ ସଂଗଠନ ଓ ଯୁବଗୋଷ୍ଠୀ । ଏହି କ୍ରମରେ ଶିବ ପଟ୍ଟନାଏକ ଫାଉଣ୍ଡେସନ ଟ୍ରଷ୍ଟ କଳାହାଣ୍ଡି ପକ୍ଷରୁ ପରିବା ବ୍ୟବସାୟୀ ଓ ଜନସାଧାରଣଙ୍କୁ ସଚେତନ କରିବା ସହ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Apr 16, 2020, 10:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.