ETV Bharat / state

ସରକାରୀ ଗାଡିର ସିରିଜ ଦୁର୍ଘଟଣା, ୫ ଗୁରୁତର - କଳାହାଣ୍ଡିରେ ସଡକ ଦୁର୍ଘଟଣା

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଘଟିଛି ସିରିଜ ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି(several people injured in Kalahandi by accident) । ଅଧିକ ପଢନ୍ତୁ

ସରକାରୀ ଗାଡିର ସିରିଜ ଦୁର୍ଘଟଣା, ୫ ଗୁରୁତର
ସରକାରୀ ଗାଡିର ସିରିଜ ଦୁର୍ଘଟଣା, ୫ ଗୁରୁତର
author img

By

Published : Oct 10, 2022, 10:17 PM IST

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଘଟିଛି ସିରିଜ ଦୁର୍ଘଟଣା (several people injured in Kalahandi by accident ) । ଏହି ସିରିଜ ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ସରକାରୀ ଗାଡିର ଡ୍ରାଇଭର ଫେରାର ରହିଛି । ଏନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ସରକାରୀ ଗାଡିର ସିରିଜ ଦୁର୍ଘଟଣା, ୫ ଗୁରୁତର

ସୂଚନା ଅନୁଯାୟୀ ଜୁନାଗଡ଼ ଜଳ ସମ୍ପଦ ବିଭାଗର ଏକ ଗାଡି ଦ୍ରୁତ ଗତିରେ ଜୁନାଗଡ଼ରୁ ମୋଟେର ପଟକୁ ଯାଉଥିଲା । ଦ୍ରୁତ ଗତିରେ ଯାଉଥିବା ଗାଡିଟି ଲଙ୍କେଶ୍ବରୀ ମନ୍ଦିର ସମ୍ମୁଖରେ ପ୍ରଥମେ ଜଣେ ବାଇକ ଚାଳଙ୍କୁ ଧକ୍କା ଦେଇଥିଲା । ଏହାପରେ ଜଳ ସମ୍ପଦ ବିଭାଗ ଗାଡିର ଡ୍ରାଇଭରଟି ସାଇକେଲ ଚାଳକ ଓ ପରେ ରାସ୍ତାରେ ଚାଲିଚାଲି ଯାଉଥିବା ଲୋକଙ୍କୁ ଗୋଟିଏ ପରେ ଗୋଟିଏ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ସରକାରୀ ଗାଡିକୁ କାବୁ କରିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି । ସ୍ଥାନୀୟ ଲୋକେ ଦୁର୍ଘଟଣାରେ ଗୁରୁତର ୫ ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗୁରୁତରମାନେ ବଳଦିଆମାଲ ଗ୍ରାମବାସୀ ବୋଲି ଜଣାପଡ଼ିଛି । ସେମାନେ କାମ କରିବାକୁ ଜୁନାଗଡ଼ ସହରକୁ ଆସିଥିଲେ, ଏହି ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି।

ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଜୁନାଗଡ଼ ପୋଲିସ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଉକ୍ତ ଗାଡ଼ିରେ କୌଣସି ସରକାରୀ ଅଧିକାରୀ ବସି ନଥିବା ନେଇ ପୋଲିସ ସୂଚନା ଦେଇଛି । ସେପଟେ ନିକଟରେ କଳାହାଣ୍ଡି ଜିଲ୍ଲାରେ ସଡକ ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟ ଘଟିଥିଲା । ସମ୍ପର୍କୀୟଙ୍କୁ ରେଳ ଷ୍ଟେସନରେ ଛାଡି ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବେଳାମାଲ ଗାଁର ଯଶୋବନ୍ତ ନିଆଲ ଓ ଚୈତନ୍ୟ ଶିଖା କିଛି ସମ୍ପର୍କୀୟଙ୍କୁ କେସିଙ୍ଗା ରେଳ ଷ୍ଟେସନରେ ଛାଡି ଘରକୁ ଫେରୁଥିଲେ । ଏହି ସମୟରେ ଚିଚର୍ଲା ଗାଁ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।
ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.