ETV Bharat / state

ଦୁର୍ଗମ ଅଞ୍ଚଳରେ ଯକ୍ଷ୍ମାର ନିରାକରଣ ପ୍ରୟାସ, ଆରମ୍ଭ ହେଲା ଡ୍ରୋନ ସେବା

author img

By

Published : Mar 22, 2022, 12:26 PM IST

କଳାହାଣ୍ଡିର ଦୁର୍ଗମ ଅଞ୍ଚଳରେ ଯକ୍ଷ୍ମା ରୋଗର ନିରାକରଣ ପାଇଁ ସରକାର ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ଏ ନେଇ ଡ୍ରୋନ ସେବା ମାଧ୍ୟମରେ ରୋଗୀଙ୍କ ନମୁନା ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ

ଦୁର୍ଗମ ଅଞ୍ଚଳରେ ଯକ୍ଷ୍ମାର ନିରାକରଣ, ଆରମ୍ଭ ହେଲା ଡ୍ରୋନ ସେବା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ଯକ୍ଷ୍ମାରୋଗର ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହିସବୁ ଅପହଞ୍ଚ ଇଲାକାର ରୋଗୀଙ୍କଠାରୁ ନମୁନା ସଂଗ୍ରହ ଏବଂ ସେସବୁର ପରୀକ୍ଷା ପାଇଁ ଡ୍ରୋନ୍‌ର ସାହାଯ୍ୟ ନିଆଯାଇଛି ।

ଦୁର୍ଗମ ଅଞ୍ଚଳରେ ଯକ୍ଷ୍ମାର ନିରାକରଣ ପ୍ରୟାସ, ଆରମ୍ଭ ହେଲା ଡ୍ରୋନ ସେବା

ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ଅଭିଯାନ ଆଜି କେସିଙ୍ଗାରୁ ଶୁଭାରମ୍ଭ ହୋଇଛି । ଦେଶର ୧୮୨ଟି ଆଦିବାସୀ ବହୁଳ ଅଞ୍ଚଳରେ ଡ୍ରୋନ୍ ସାହାଯ୍ୟରେ ଯକ୍ଷ୍ମାରୋଗର ଚିକିତ୍ସା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ବିଶେଷକରି, ଦୁର୍ଗମ ଅଞ୍ଚଳରେ ଏହି ଡ୍ରୋନ୍ ସେବା କାର୍ଯ୍ୟ କରିବ। ଏହାରି ମାଧ୍ୟମରେ ଅତି କମ୍ ସମୟ ମଧ୍ୟରେ ରକ୍ତ ନମୁନା ସଂଗ୍ରହ ସହିତ ପରୀକ୍ଷା କରାଯାଇପାରିବ। ଏଥିସହିତ ରୋଗୀଙ୍କ ପାଇଁ ଜରୁରୀ ସମୟରେ ରକ୍ତ, ଟିକା ଆଦି ମଧ୍ୟ ନିଆଯାଇପାରିବ।

ଆଜି ପ୍ରଥମେ କେସିଙ୍ଗା ବିଦ୍ୟାପୀଠ ସ୍କୁଲରୁ ୩୫ କିମି ଦୂରରେ ଥିବା ଭବାନୀପାଟଣା ଜିଲ୍ଲା ସଦର ଡାକ୍ତରଖାନାକୁ ପରୀକ୍ଷା ପାଇଁ ୧୫ଟି ଯକ୍ଷ୍ମା ନମୁନା ପରୀକ୍ଷା ପାଇଁ ପଠାଯାଇ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ସହାୟତାରେ ରେଡ୍ ଉଇଙ୍ଗ ଡ୍ରୋନ୍ କମ୍ପାନୀ ଏବଂ ଇରାମାଲ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ବିନା ପାଇଲଟରେ କେବଳ ଦରକାରୀ ଔଷଧ, ଟିକା, ରକ୍ତ ନମୁନା ପଠାଯାଇ ପାରିବ ବୋଲି ଏହି ଦୁଇ ସଂସ୍ଥାର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.