ETV Bharat / state

ଗ୍ରାହକ ବେଶରେ ଆସି ଲୁଟିନେଲେ ସୁନା

author img

By

Published : Jul 31, 2022, 9:09 AM IST

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଅମାଲ ଗ୍ରାମ ଛକରେ ଥିବା ଲମ୍ବୋଦର ମେହେରଙ୍କ ଗହଣା ଦୋକାନରୁ ଲୁଟ୍‌ । ଗ୍ରାହକ ବେଶରେ ଦୁଇ ଦୁର୍ବୃତ୍ତ ଆସି ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଗ୍ରାହକ ବେଶରେ ଆସି ଲୁଟିନେଲେ ସୁନା, ତଦନ୍ତ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବୃଦ୍ଧି ପାଉଛି ଡକାୟତି । ଗତ ଦୁଇ ମାସ ମଧ୍ୟରେ ଲଗାତାର ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରି ଘଟଣା ସାମ୍ନାକୁ ଆସୁଥିବାବେଳେ ପୋଲିସର ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏହାରି ଭିତରେ ନର୍ଲା ସହରରେ ଥିବା ଏକ ସୁନା ଦୋକାନ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାରୁପା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଗ୍ରାହକ ବେଶରେ ଆସି ଲୁଟିନେଲେ ସୁନା

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଅମାଲ ଗ୍ରାମ ଛକରେ ଥିବା ଲମ୍ବୋଦର ମେହେରଙ୍କ ଗହଣା ଦୋକାନରେ ସନ୍ଧ୍ୟା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି କାରିଗରଙ୍କୁ ସୁନା ମରାମତି ନେଇ କଥାବାର୍ତ୍ତା କରୁଥିଲେ । କାରିଗର ଜଣକ ଦୋକାନ ବାହାରକୁ ଯିବାପରେ ଏହାର ସୁଯୋଗ ନେଇ ଡ୍ରରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଓ ନଗଦ ଟଙ୍କା ନେଇ ଫେରାର ମାରିଥିଲେ । ଏନେଇ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମିଳିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.