ETV Bharat / state

ମାତାଙ୍କ ମନ୍ଦିରକୁ ବି ଛାଡିଲେନି ଚୋର, ଅମ୍ବାଜି ମନ୍ଦିରରୁ ଲୁଟି ନେଲେ ଅଳଙ୍କାର - ଡକାୟତଙ୍କ ଆତଙ୍କ ରାଜ

ଦେବୀଙ୍କ ମନ୍ଦିରକୁ ମଧ୍ୟ ଛାଡ଼ିଲେନି ଡକାୟତ । ରାତି ଅଧରେ ମନ୍ଦିର ଗର୍ଭଗୃହ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

robbery at Ambaji temple
robbery at Ambaji temple
author img

By

Published : Jan 20, 2023, 10:54 AM IST

robbery at Ambaji temple

ଭବାନୀପାଟଣା: ଅମ୍ବାଜି ମନ୍ଦିରରେ ପଶିଲେ ଡକାୟତ । ରାତି ଅଧରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ ଦୁର୍ବୃତ୍ତ । ତେବେ କଳାହାଣ୍ଡି ଜିଲ୍ଲାରେ ଗତ କିଛିଦିନ ହେଲା ଚୋରି,ଡକାୟତି ଓ ରାହାଜାନି ବୃଦ୍ଧି ପାଇଥିବା ବେଳେ ପୋଲିସ ଉପରୁ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ଢିଲା ପାଟ୍ରୋଲିଂ ଓ ପୋଲିସ ପ୍ରଶାସନର ସ୍ୱତନ୍ତ୍ର ରଣନୀତି ଅଭାବ ଯୋଗୁଁ ଦିନକୁ ଦିନ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି । ଗ୍ରାମାଞ୍ଚଳ ମାନଙ୍କରେ ଏହା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ସହରାଞ୍ଚଳରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ଡକାୟତଙ୍କ ଆତଙ୍କ ରାଜ ।

ତେବେ କେତେବେଳେ କାହାର ପାଳି ପଡିବ କାହାର ଘରକୁ ପଶି କଳା କନା ବୁଲାଇବେ ଲୁଟେରା ତାହା ଲୋକଙ୍କ ମନରେ ଭୟ ସଞ୍ଚାର ହେବାରେ ଲାଗିଛି । ସେପଟେ ଶେଷରେ ଦେବୀଙ୍କ ମନ୍ଦିରକୁ ମଧ୍ୟ ଛାଡ଼ିଲେନି ଡକାୟତ । ରାତି ଅଧରେ ମନ୍ଦିର ଗର୍ଭଗୃହ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ବଲାଙ୍ଗୀର ଛକ ନିକଟରେ ଥିବା ସର୍ବପୁରାତନ ଅମ୍ବାଜି ମନ୍ଦିରରେ ବିଳମ୍ବିତ ରାତିରେ ଡକାୟତି ହୋଇଥିବା ଜଣାପଡିଛି । ଗତକାଲି ରାତି ପ୍ରାୟ ୯ଟା ସମୟରେ ମନ୍ଦିର ପୂଜାର୍ଚ୍ଚନା ଓ ଶେଷ ଆଳତି ପରେ ମନ୍ଦିର ପୂଜକ ମନ୍ଦିର ଗର୍ଭଗୃହକୁ ତାଲା ଦେଇ ମନ୍ଦିର ପରିସରରେ ଥିବା ଘରେ ଶୋଇଥିଲେ । ହେଲେ କିଛି ଦୁର୍ବୃତ୍ତ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ମନ୍ଦିର ଗର୍ଭଗୃହ ତାଲା ଭାଙ୍ଗି ଭିତରେ ବାକ୍ସ ମଧ୍ୟରେ ଥିବା ଲକ୍ଷାଧିକ ଟଙ୍କାର ସୁନାର ହାର ,କାନଫୁଲ, ହାତ ଖଡୁ ଭଳି ଅନେକ ସାମଗ୍ରୀ ଲୁଟି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଓଡ଼ିଶାରେ ପ୍ରବେଶ କରିବାକୁ BRSର ସଜବାଜ, ଅଧିକ ପ୍ରଭାବିତ ହେବ ବିଜେପି !

ଏଥିସହ ମନ୍ଦିର ବାହାରେ ଥିବା ଦାନବାକ୍ସ ଭାଙ୍ଗିବାକୁ ଉଦ୍ୟମ କରୁଥିବା ସମୟରେ ଶବ୍ଦ ଶୁଣି ମନ୍ଦିର ପୂଜକ ଦୌଡ଼ି ଆସିଥିଲେ। ପୂଜକଙ୍କୁ ଦେଖି ଦୁର୍ବୃତ୍ତ ମାନେ ମନ୍ଦିର ବାଡ ଡେଇଁ ଫେରାର ମାରିଥିଲେ । ପରେ ମନ୍ଦିର ପୂଜକ ଗର୍ଭ ଗୃହକୁ ଯାଇ ଦେଖିଲା ବେଳକୁ ଦୁର୍ବୃତ୍ତ ଦେବୀଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିଲେ । ଏନେଇ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛି ।

ଇଚିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.