ETV Bharat / state

ରାସ୍ତା ପାଲଟିଛି ମରଣ ଯନ୍ତା: ଶୁଣୁନି ପ୍ରଶାସନ

କଳାହାଣ୍ଡି ସଦର ବ୍ଲକ ଅନ୍ତର୍ଗତ ମାଡିଙ୍ଗପଦର ଠାରୁ ଦେପୁରକୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣ ଯନ୍ତା । ଶହ ଶହ ଭାରି ଯାନ ଯାତାୟତ ଯୋଗୁଁ ସ୍ଥାନୀୟ ଲୋକେ ରୋଗାଗ୍ରସ୍ତ ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Nov 16, 2021, 8:49 AM IST

ରାସ୍ତା ପାଲଟିଛି ମରଣ ଯନ୍ତା; ଶୁଣୁନି ପ୍ରଶାସନ

ଭବାନୀପାଟଣା: ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ମାଳ ମାଳ ଯୋଜନା ହୋଇଛି । ଏଥିପାଇଁ ପାଣି ଭଳି ବୋହିଛି କୋଟି କୋଟି ଟଙ୍କା । ହେଲେ ଆଜି ବି ଅନେକ ଅଞ୍ଚଳରେ ଅପହଞ୍ଚ ହୋଇରହିଛି ସରକାରଙ୍କ ତମାମ୍ ଯୋଜନା । ଏବେ ବି ଅନେକ ସ୍ଥାନରେ ଲୋକଙ୍କ ପାଇଁ ପକ୍କା ରାସ୍ତାଟିଏ ପାଲଟିଛି ସାତ ସ୍ବପ୍ନ । ପକ୍କା ରାସ୍ତାଟିଏ ନ ଥିବାରୁ ମୃତ୍ୟୁମୁଖରେ ପଡୁଛନ୍ତି ଲୋକେ । କଳାହାଣ୍ଡି ଜିଲ୍ଲାରୁ ସାମ୍ନାକୁ ଆସିଛି ସେଭଳି କିଛି ଘଟଣା । ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ମାଡିଙ୍ଗପଦର ଠାରୁ ଦେପୁରକୁ ସଂଯୋଗ କରୁଥିବା ରାସ୍ତା ଏବେ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି ।

ମାଡିଙ୍ଗପଦରରୁ ଦେପୁରକୁ ସଂଯୋଗ କରୁଥିବା ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି । ତଥାପି ପ୍ରତ୍ୟେକ ଦିନ ଏହା ଉପରେ ଶହ ଶହ ଭାରି ଯାନ ଯାତୟତ କରୁଛି । ଯଦ୍ବାରା ବ୍ୟାପକ ମାତ୍ରାରେ ଧୂଳି ଗୁଣ୍ଡ ଉଡି ପ୍ରଦୂଷଣ ବଢାଉଛି । ପ୍ରଦୂଷଣ ଯୋଗୁଁ ଏହି ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଇବା ସହ ସ୍ଥାନୀୟ ଲୋକେ ରୋଗାଗ୍ରାନ୍ତ ହେଉଥିବାର ମଧ୍ୟ ଅଭିଯୋଗ ହୋଇଛି ।

କେବଳ ରାସ୍ତା କାହିଁକି, ଏଠାରେ ଥିବା ଏକ ଅଣ ଓସାରିଆ ପୋଲ ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । କେଉଁ ଆବାହନ କାଳରୁ ନିର୍ମାଣ ହୋଇଥିବା ଉକ୍ତ ପୋଲ ଉପରେ ଦୈନିକ ବହୁ ସଂଖ୍ୟକ ଭାରି ଯାନ ଯିବାଆସିବା କରୁଛନ୍ତି । ତେଣୁ କେତେବେଳେ ଯେ ପୋଲଟି ଭୁଶୁଡିବ ତାହା କହିହେବ ନାହିଁ ।

ଏହି ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ପୂର୍ବରୁ ରାସ୍ତା ନିର୍ମାଣ ଦାବରେ ଧାରଣା ମଧ୍ୟ ଦେଇଛନ୍ତି । କିନ୍ତୁ ଶାସନ କଳର ଦୂରଦୃଷ୍ଟି ଅଭାବ ଯୋଗୁଁ ଲୋକଙ୍କ ସମସ୍ୟା ସୁଧୁରୁ ନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିବାକୁ ସେ ସିଧାସଳଖ ମନା କରିଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.