ETV Bharat / state

ଏମିତି ଚାଲିଛି ରାସ୍ତା ନିର୍ମାଣ, ଉପର ଚିକ୍କଣ ଭିତର ଫମ୍ଫା - କଳାହାଣ୍ଡି ସଦର ବ୍ଲକ ଅଞ୍ଚଳବାସୀ

ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣ ଯୋଜନା । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ତଥାପି ବି ସୁଧୁରି ପାରୁନି ରାସ୍ତାର ଅବସ୍ଥା । ଏଭଳି ଅଭିଯୋଗ କରିଛନ୍ତି କଳାହାଣ୍ଡି ସଦର ବ୍ଲକ ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ଉପର ଚିକ୍କଣ ଭିତର ଫମ୍ଫା, ଏମିତି ଚାଲିଛି ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣ

author img

By

Published : Mar 27, 2021, 8:21 AM IST

ଭବାନୀପାଟଣା: ଉପର ଚିକ୍କଣ ଭିତର ଫମ୍ଫା । ଏମିତି ଚାଲିଛି ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣ ଯୋଜନା । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ତଥାପି ବି ସୁଧୁରି ପାରୁନି ରାସ୍ତାର ଅବସ୍ଥା । ଆମେ କହୁଛୁ କଳାହାଣ୍ଡି ସଦର ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣ ହୋଇଥିବା ରାସ୍ତା ।

ଉପର ଚିକ୍କଣ ଭିତର ଫମ୍ଫା, ଏମିତି ଚାଲିଛି ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣ

ବ୍ଲକର ମାଟିଆ ଗାଁଠାରୁ ବୈଇଜନ୍ତପୁର ଗାଁକୁ ପ୍ରାୟ ୨.୫ କିମି ରାସ୍ତାକୁ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କାର୍ଯ ଆରମ୍ଭ ହୋଇଥିଲା । ଆଉ ସଂପୃକ୍ତ ଠିକାଦାର, ନିର୍ମାଣ ଶେଷ ପରେ ୩ ବର୍ଷ ପାଇଁ କାର୍ଯ୍ୟର ତତ୍ତ୍ବବଧାରକ ମଧ୍ୟ ଅଛନ୍ତି । ହେଲେ ରାସ୍ତା କାମ ନିମ୍ନ ମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କାରଣ କାମ ଶେଷ ନ ହେଉଣୁ ରାସ୍ତାରୁ ପିଚୁ ଉଠିବାକୁ ଲାଗିଲାଣି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି । ହେଲେ ଠିକାଦାର ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ଯୋଜନା ଉପରେ ଉଠାଇଛି ପ୍ରଶ୍ନବାଚୀ ।

ସେପଟେ ରାସ୍ତା ନିର୍ମାଣରେ ଏବେ ଦୁର୍ନୀତିର ଗନ୍ଧ ବାରି ହେଉଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବୀ କରିଥିବା ବେଳେ ଆସନ୍ତା ଦିନରେ ସମସ୍ୟାର ସମାଧାନ ନହେଲେ ଲୋକେ ରାଜ ରାସ୍ତାକୁ ଓହ୍ଲେଇବାକୁ ଚେତାବନୀ ଦେଇଛନ୍ତି । ତେବେ ଏନେଇ ବିଭାଗୀୟ ଅଧିକାରୀ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ସିଧାସଳଖ ମନା କରିଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.