କଳାହାଣ୍ଡି: ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକ ହେବାକୁ ଥିବା ବେଳେ ପ୍ରଥମେ ନର୍ଲା ନିର୍ବାଚନ ମଣ୍ଡଳୀର ଗୁରୁବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।
ଏହି ନିର୍ବାଚନ ମଣ୍ଡଳୀ ବୈଠକରେ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କିପରି ହେବ ସେଥିପାଇଁ ସମୀକ୍ଷା ହୋଇଛି । ଏହା ସହିତ ଆବାସ ଯୋଜନା, ବନ୍ୟା କ୍ଷତିଗ୍ରସ୍ତ, ରାସ୍ତା ଭଳି ମୁଖ୍ୟ ସମସ୍ୟା ସହିତ ଅନେକ ବିଭାଗ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି ।
ଆଗାମୀ ତିନି ମାସ ପରେ ହେବାକୁ ଥିବା ସମୀକ୍ଷା ବୈଠକରେ ପ୍ରାକ୍ ଆଲୋଚନାର କାର୍ଯ୍ୟକାରିତାର ସମୀକ୍ଷା ସହ ବିକାଶ ମୂଳକ କାର୍ଯ୍ୟ ଖସଡା ପ୍ରସ୍ତୁତ ହେବାନେଇ ସୂଚନା ଦେଇଛନ୍ତି ନର୍ଲା ବିଧାୟକ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ