ଭବାନୀପାଟଣା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମାନୁଷ୍ଠାନ ସବୁ ଖୋଲିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି । କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧକ୍ଷତାରେରେ ଅନୁଷ୍ଠିତ ହୋଇଛି ବୈଠକ ।
ଏହି ବୈଠକରେ ମନ୍ଦିର ଓ ବିଭିନ୍ନ ଧର୍ମାନୁଷ୍ଠାନ ସବୁକୁ କୋଭିଡ ନିୟମ ପାଳନ କରି ମଙ୍ଗଳବାରଠୁ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଅନୁଷ୍ଠିତ ହୋଇଥିବା ବୈଠକରେ ଜିଲ୍ଲା ସ୍ଥାରୀୟ ବରିଷ୍ଠ ଅଧିକାରୀ ବିଭିନ୍ନ ଧର୍ମାନୁଷ୍ଠାନର ପ୍ରତିନିଧିଙ୍କ ସମେତ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ