ETV Bharat / state

ମନ୍ଦିର ନୁହେଁ, ଧାନମଣ୍ଡିକୁ ଗଲେ ମହାପ୍ରଭୁ ! - tractor

ଧାନ ଉଠାଣ ନ ହେବାରୁ ନୂଆପଡାଠାରୁ ବେଳଗୁଡା ମଣ୍ଡି ପର୍ଯ୍ୟନ୍ତ ଟ୍ରାକ୍ଟରରେ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା । ଚାଷିମାନେ ଜଗନ୍ନାଥଙ୍କୁ ମଣ୍ଡିରେ ଆଣି ପୂଜାଚ୍ଚର୍ନା କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 5, 2019, 9:44 AM IST

ଭବାନୀପାଟଣା: ରଥଯାତ୍ରାରେ ମନ୍ଦିର ବଦଳରେ ଧାନ ମଣ୍ଡି ଗଲେ ମହାପ୍ରଭୁ । ଘୋଷଯାତ୍ରାରେ ଟ୍ରାକ୍ଟରରେ ଧାନ ମଣ୍ଡିରେ ପହଞ୍ଚିଲେ କଳିଆ ଠାକୁର । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଳାହାଣ୍ଡି ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ଛେଣ୍ଡିଆ ପଞ୍ଚାୟତର ଚାଷୀମାନେ ଏକ ଅଭିନବ ପ୍ରତିବାଦ କରି ଏଭଳି କରିଛନ୍ତି । ବେଳଗୁଡା ଧାନମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଏଭଳି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଚାଷିମାନେ ଜଗନ୍ନାଥଙ୍କୁ ଏକ ଟ୍ରାକ୍ଟରେ ବସାଇ ନୂଆପଡାଠାରୁ ବେଳଗୁଡା ମଣ୍ଡି ପର୍ଯ୍ୟନ୍ତ ଘୋଷଯାତ୍ରା କରିଥିଲେ । ପରେ ଜଗନ୍ନାଥଙ୍କୁ ମଣ୍ଡିରେ ଆଣି ପୂଜା କରିଥିଲେ । ଏହି ମଣ୍ଡିରେ ୫୦୦୦ରୁ ଊର୍ଦ୍ଧ୍ବ କ୍ବିଣ୍ଟାଲ ଧାନ ବର୍ଷାରେ ପଡି ରହିଛି । ଏପଟେ ଚାଷୀ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଳାପରେ ମଧ୍ୟ ପ୍ରଶାସନ ଧାନ କ୍ରୟ କରୁନଥିବାରୁ ଚାଷୀମାନେ ଏଭଳି ପ୍ରତିବାଦ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.