ETV Bharat / state

କଳାହାଣ୍ଡି ଉତ୍ସବ ଅବସରରେ ରାହାଗିରି ଅନୁଷ୍ଠିତ

author img

By

Published : Jan 15, 2023, 8:33 PM IST

ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ପରିସରରେ ଲୋକ ମହୋତ୍ସବ ଘୁମୁରା 2023 ଉଦଘାଟିତ ହୋଇଯାଇଛି । ଅନ୍ୟପଟେ ଏହି ଅବସରରେ ସହରରେ ରାହାଗିରି ଉତ୍ସବର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ। ଅଧିକ ପଢନ୍ତୁ

rahagiri
rahagiri
ରାହାଗିରି

ଭବାନୀପାଟଣା: କଳାହାଣ୍ଡିର କଳା ,ସଂସ୍କୃତି ,ଐତିହ୍ୟ ଓ ବିକାଶ ଧାରାର ଲୋକ ମହୋତ୍ସବ ଘୁମୁରା 2023 ଉଦଘାଟିତ ହୋଇଛି । ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଉଦଘାଟିତ ହୋଇଛି । ଚଳିତ ବର୍ଷ ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ଉତ୍ସବର ରଜତ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଜିଲ୍ଲାର ଗାଁଠାରୁ ସହର ଉତ୍ସବ ମୁଖର ହୋଇ ଉଠିଛି ।

ଅନ୍ୟପଟେ ଏହି ଅବସରରେ ରାହାଗିରି ଉତ୍ସବର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ଭବାନୀପାଟଣା ସହରର ଜେଲ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ରାହାଗିରି ଉତ୍ସବ । ତେବେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୌର ଅଧକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଅନୁଷ୍ଠିତ ରାହାଗିରି ଉତ୍ସବରେ ପତଞ୍ଜଳୀ ଯୋଗ ବିଦ୍ୟାଳୟ ପକ୍ଷରୁ ଯୋଗାଭ୍ୟାସ ପ୍ରଦର୍ଶିତ କରାଯାଇଥିବା ବେଳେ ଶାସ୍ତ୍ରୀ ଶିକ୍ଷା ନିକେତନ ସ୍କୁଲର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଡ୍ରମ ଡ୍ୟାନ୍ସ ପ୍ରଦର୍ଶିତ ହୋଇଥିଲା।

ସେହିପରି କଳାହାଣ୍ଡି ଟାଇକୋଣ୍ଡ ଅନୁଷ୍ଠାନ ପକ୍ଷରୁ ଟାଇକୋଣ୍ଡୁ ଓ ମାର୍ଶାଲ ଆର୍ଟର ଅନେକ କୌଶଳ ପ୍ରଦର୍ଶିତ ହୋଇଥିଲା । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନର ମଧ୍ୟ ଆୟୋଜନ କରାଯାଇଥିଲା । ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଘୁମୁରା ନିର୍ମାଣର ଶୈଳୀକୁ ଏହି ରାହାଗିରି ଉତ୍ସବ ରେ ପ୍ରଦର୍ଶିତ କରାଯାଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ରାଙ୍ଗରାଙ୍ଗ ନାଚଗୀତ ଅନୁଷ୍ଠିତ ହୋଇଥିଲା । ଏହାସହ କଳାହାଣ୍ଡି କଳାକାର ସଙ୍ଘ ପକ୍ଷରୁ ଶିଶୁ ଶ୍ରମିକ ସଚେତନ ଓ କମ ବୟସରେ ଝିଅଙ୍କୁ ବିବାହ ନକରାଇବା ନେଇ କ୍ଷୁଦ୍ର ନାଟକ ମଞ୍ଚସ୍ତ ହୋଇଥିବା ବେଳେ ଲୋକଗୀତ ଲୋକ ସଂସ୍କୃତି ଘୁଡକା ନାଚ ପ୍ରଦର୍ଶିତ ହୋଇଥିଲା । ପଞ୍ଚମ୍ୟାନ ସତ୍ୟପୀର ପ୍ରଧାନ ମଧ୍ୟ ରାହାଗିରି ଉତ୍ସବରେ ନିଜ କଳାକୌଶଳ ପ୍ରଦର୍ଶନ କରିଥିଲେ ।

ଏଥିସହ ସହ ବିଶ୍ୱକପ ହକିକୁ ନେଇ ସାରା ଦେଶରେ ଏକ ସ୍ୱତନ୍ତ୍ର କ୍ରେଜ ରହିଥିବା ବେଳେ ରାହାଗିରି ଉତ୍ସବରେ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ବିଶ୍ୱକପ ହକିର ଶୁଭେଚ୍ଛା ଜଣା ଯାଇଥିଲା । ଏ ସବୁ ଭିତରେ ଉତ୍ସବର ବିଶେଷ ଆକର୍ଷଣ ରହିଥିଲା କଳାହାଣ୍ଡିର ନବୀନ ପଟ୍ଟନାୟକ ଅଭିନୟ । ଭବାନୀପାଟଣା ସହରର କଳାକାର କୈଳାସ ସାହୁ ନବୀନ ପଟ୍ଟନାୟକ ଭୂମିକାରେ ଉପସ୍ଥିତ ଲୋକଙ୍କ ମନୋରଞ୍ଜନ କରାଇଥିଲେ । ରାହାଗିରି ଉତ୍ସବରେ ସହରବାସୀ ସାମିଲ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ , କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.