ETV Bharat / state

ମମିତା ହତ୍ୟାକାଣ୍ଡ ଘଟଣା: ସ୍ଥିତି ଅନୁଧ୍ୟାନ କଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ - ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ନିତା ଡି'ସୁଜା

ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ମମିତା ହତ୍ୟାକାଣ୍ଡ ଘଟଣା । ରବିବାର ମହାଲିଙ୍ଗ ଗସ୍ତ କରିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ । ଅଧିକ ପଢନ୍ତୁ...

president of  National Women's Congress Neeta D'Souza visit  Mahalinga
ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ
author img

By

Published : Oct 24, 2021, 10:32 PM IST

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ହତ୍ୟାକାଣ୍ଡକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ରବିବାର ମହାଲିଙ୍ଗ ଗସ୍ତ କରିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ।

ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ

ଆଜି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ନିତା ଡି'ସୁଜା ସହ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଗସ୍ତ କରି ମମିତାଙ୍କୁ ମାରି ପୋତି ଦିଆଯାଇଥିବା ଷ୍ଟାଡିୟମରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟରେ ମହିଳା ଅସୁରକ୍ଷିତ, ଯାହା ଏହି ଘଟଣାରୁ ପ୍ରତିଫଳିତ ହେଉଛି ବୋଲି କହିଛନ୍ତି । ଯେଭଳି ଭାବରେ ଏହି ହତ୍ୟାକାଣ୍ଡ ଘଟିଛି ମାନବିକତାର ସମସ୍ତ ସୀମା ଲଂଘିଛି । ଏହା ଅନ୍ୟ ଘଟଣା ଭଳି ନୁହଁ ବୋଲି କହିଛନ୍ତି । ତେବେ ରାଜ୍ୟ ସରକାରଙ୍କୁ ଏହି ଘଟଣା ଉପରେ ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସ୍କୁଲ ମାଲିକ ଗୋବିନ୍ଦ ସାହୁର ସମ୍ପୃକ୍ତିକୁ ନିଜେ ଅଭିଯୁକ୍ତ ସ୍ବୀକାର କରିଛନ୍ତି ।

ସେହିପରି ଏହି ଘଟଣାରେ ଖୋଦ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି । ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି । ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ପାଇଁ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.