ETV Bharat / state

ଝିପିଝିପି ବର୍ଷାକୁ ଖାଲ-ଢିପ ଜଙ୍ଗଲୀ ରାସ୍ତା, 3 କିମି ବୁହାହେଲେ ଗର୍ଭବତୀ - ଆବଡା ଖାବଡା ଜଙ୍ଗଲୀ ରାସ୍ତା

କଳାହାଣ୍ଡିର ଉପାନ୍ତ ଇଲାକାରେ ସ୍ବାସ୍ଥ୍ୟସେବା ଓ ସରକାରୀ ସଚେନତାର ନଗ୍ନ ନମୁନା ଦେଖିବାକୁ ମିଳିଛି । ବର୍ଷାରେ ଖାଲ-ଢିପ ଜଙ୍ଗଲୀ ରାସ୍ତା ଦେଇ ଗର୍ଭବତୀଙ୍କୁ 3 କିମି ଖଟିଆରେ ବୋହି ଡାକ୍ତରଖାନା ଅଣାଯାଇଛି ।

ଫଟୋସୌଜନ୍ୟ-ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 29, 2019, 11:31 AM IST

କଳାହାଣ୍ଡି: ଉପାନ୍ତ ଇଲାକାରେ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ରାସ୍ତା ନଥିବାରୁ ଝିପଝିପି ବର୍ଷାରେ କାଦୁଅ ପଙ୍କ ଭରା ଜଙ୍ଗଲୀ ରାସ୍ତା ଭିତରେ ଗର୍ଭବତୀଙ୍କୁ 3 କିଲୋମିଟର ବୁହାଯାଇଛି । ଏହା ପରେ ଆମ୍ବୁଲାନ୍ସରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟସେବାର ଏଭଳି ନଗ୍ନ ନମୁନା କଳାହାଣ୍ଡିର ଜୟପାଟଣା ବ୍ଲକ ଅନ୍ତର୍ଗତ ନାଗୁପଡାରେ ଦେଖିବାକୁ ମିଳିଛି । ତେବେ ଗର୍ଭବତୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସ୍ବାସ୍ଥ୍ୟବସ୍ଥା ସଙ୍କଟ ରହିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କଳାହାଣ୍ଡି

ଦୀର୍ଘଦିନର ଦାବି ସତ୍ତ୍ବେ ବି ଛଚାନ ନଦୀରେ ପୋଲଟିଏ ନିର୍ମାଣ ହୋଇପାରିନାହିଁ । ଫଳରେ ଜୟପାଟଣା ବ୍ଲକରୁ ୭ କିମି ଦୂରରେ ଥିବା ଏହି ନାଗୁପଡାରେ ୫୦୦ରୁ ଊର୍ଦ୍ଧ୍ବ ଅଧିବାସୀ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଆମ୍ବୁଲାନ୍ସ ଦୂରର କଥା ଯାତାୟତ ପାଇଁ ମଧ୍ୟ ଏଠରେ ରାସ୍ତା ଖଣ୍ଡିଏ ନାହିଁ । ଯେଉଁଥିପାଇଁ ରୋଗୀ, ଗର୍ଭବତୀଙ୍କୁ ଭାରରେ ବୋହି ଡାକ୍ତରଖାନା ଅଣାଯାଉଛି । ପୂର୍ବରୁ ଏପରି ଘଟଣା ବାରମ୍ବାର ଘଟିଥିଲେ ସୁଦ୍ଧା ବିଡ଼ିଓ, ଜିଲ୍ଲାପାଳ ତଥା ବିଧାୟକଙ୍କ କାର୍ଯ୍ୟାନୁଷ୍ଠାନ ଶୂନ ।

ଏ ନେଇ ଗ୍ରାମବାସୀ ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ମଧ୍ୟ କରିସାରିଲେଣି । ହେଲେ ଏହାର ମଧ୍ୟ କୌଣସି ଫରକ ପଡୁନି ।

କଳାହାଣ୍ଡିରୁ ଅଜିତ ସିଂହ , ଇଟିଭି ଭାରତ

Intro:Body:

szgfhjhj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.