ETV Bharat / state

ଆସି ପାରିଲାନି ଆମ୍ବୁଲାନ୍ସ, 5 କିମି ଖଟିଆରେ ବୁହାହେଲେ ଗର୍ଭବତୀ

author img

By

Published : Jul 12, 2022, 12:13 PM IST

ପୁଣି ସାମ୍ନାକୁ ଆସିଲା ସରକାରୀ ଯୋଜନାର ନଗ୍ନ ଚିତ୍ର । ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । 5 କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ । ଅଧିକ ପଢ଼ନ୍ତୁ

pregnant women carried on cot in kalahandi
ଆସି ପାରିଲାନି ଆମ୍ବୁଲାନ୍ସ, 5 କିମି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

ଭବାନୀପାଟଣା: ମୋ ସରକାର ଓ 5ଟି ଭଳି ମେଗା ଯୋଜନା କାର୍ଯ୍ୟକାରୀ କରି ବାଃ ବାଃ ନେଉଛନ୍ତି ସରକାର । ହେଲେ ବିକାଶର ଫଳ ଶୂନ । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ଗର୍ଭବତୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଖମନପଡା ଗ୍ରାମରେ ସ୍ବାସ୍ଥ୍ୟସେବାର ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବା ବେଳେ ପୋଲଟିଏ ନିର୍ମାଣ ହୋଇ ପାରୁନାହିଁ । ଏଭଳି ଶୋଚନୀୟ ସ୍ଥିତି ଯୋଗୁଁ ପ୍ରସବ ବେଦନାରେ ଛଟପଟ ଗର୍ଭବତୀଙ୍କୁ 5 କିଲୋମିଟର ଖଟିଆରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି ।

ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୨୦ କିଲୋମିଟର ଦୂରରେ ରହିଛି ଖମନପଡା ଗାଁ । ସେହି ଗାଁର ସୁମନୀ ଗୌଡ଼ଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ପରେ ପରିବାର ଓ ଗ୍ରାମବାସୀ ମିଶି ସୁମନୀଙ୍କୁ ଖଟିଆରେ ବୋହି ଇନ୍ଦ୍ରାବତୀ ନଦୀ ପାରି କରାଇ ୫ କିଲୋମିଟର ଡେର୍ଲାଗାଁ ପର୍ଯ୍ୟନ୍ତ ବୋହି ଆଣିଥିଲେ । ଏହାପରେ ତାଙ୍କୁ ଆମୁଲାନ୍ସରେ ଥୁଆମୂଳ ରାମପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା।

ଖମନପଡା ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ଅନେକ ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଛନ୍ତି । ମାତ୍ର ଆଜିଯାଏଁ କୌଣସି ସୁଫଳ ମିଳି ପାରୁନଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.