ETV Bharat / state

ରାସ୍ତା ସମସ୍ୟାରୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେବା ପରେ ଅଧା ରାସ୍ତାରେ ପ୍ରସବ - pregnant women carried on cot

କଳାହାଣ୍ଡି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ନ ପହଞ୍ଚିବାରୁ 5 କିମି ଖଟିଆରେ ବୁହା ହେବା ପରେ ମଝି ରାସ୍ତାରେ ହେଲା ପ୍ରସବ । ଅଧିକ ପଢନ୍ତୁ

ଖଟିଆରେ ବୁହା ହେବା ପରେ ଅଧା ରାସ୍ତାରେ ପ୍ରସବ
ଖଟିଆରେ ବୁହା ହେବା ପରେ ଅଧା ରାସ୍ତାରେ ପ୍ରସବ
author img

By ETV Bharat Odisha Team

Published : Nov 6, 2023, 9:26 PM IST

ଖଟିଆରେ ବୁହା ହେବା ପରେ ଅଧା ରାସ୍ତାରେ ପ୍ରସବ

ଭବାନୀପାଟଣା: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ଗାଁକୁ ରାସ୍ତା ନଥିବାରୁ ସମୟ ମଧ୍ୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଯାହାଫଳରେ ଖଟିଆରେ 5 କିମି ବୁହାହେବା ପରେ ମଝି ରାସ୍ତାରେ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଧନସୁଲି ଅଞ୍ଚଳରେ ।

ଏହାମଧ୍ୟ ପଢନ୍ତୁ..ଜଳଭଣ୍ଡାରରେ ଜନନୀ ଯନ୍ତ୍ରଣା, ଖଟିଆରେ ବୁହାହେଲେ ଗର୍ଭବତୀ

ରାଜ୍ୟରେ ବିକାଶ ହେଉଥିବା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହାର ଭିନ୍ନ ଚିତ୍ର ଦେଖିବାକୁ ମିଳିିଛି କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ଗ୍ରାମପଞ୍ଚାୟତ ନଳାଚୁଆଁ ଗାଁରେ । ସୂଚନା ଅନୁଯାୟୀ, ଜୟପାଟଣା ବ୍ଲକର ନଳାଚୁଆଁ ଗାଁର ଶୁକ୍ରୀ ଯାନୀ(୩୦)ଙ୍କୁ ଆଜି ସକାଳ ସମୟରେ ପ୍ରସବପୀଡା ହୋଇଥିଲା । ଏନେଇ ଗାଁ ଲୋକେ ଜନନୀ ସୁରକ୍ଷା ଗାଡିକୁ ଖବର ଦେଇଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ୫ କିମି ଦୂରରେ ବାଙ୍ଗଟିସାଦ ଗାଁ ପାଖରେ ଅଟକି ରହିଥିଲା ଆମ୍ବୁଲାନ୍ସ । ତେବେ ସ୍ତ୍ରୀଙ୍କ ଅସହ୍ୟ ପ୍ରସବ ପୀଡା ମଧ୍ୟରେ ଆଉ କିଛି ଉପାୟ ନପାଇ ଗାଁ ଲୋକଙ୍କ ସହ ମିଶି ଶୁକ୍ରୀଙ୍କ ସ୍ୱାମୀ ସୀତାରାମ ତାଙ୍କୁ ଖଟିଆରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ବେଳେ ମଝି ରାସ୍ତାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଶୁକ୍ରୀ ।

ଏହାମଧ୍ୟ ପଢନ୍ତୁ..ଆସିଲାନି ଆମ୍ବୁଲାନ୍ସ, ନବଜାତ ଶିଶୁକନ୍ୟାକୁ ଧରି ନାଳ ପାର ହେଲେ ପ୍ରସୂତି

ଅନ୍ୟପଟେ ଖବର ପାଇ ଧନସୁଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନର୍ସିଂ ଅଫିସର ତୁସୁମ କୁମାର, ଏନଏମ ଚନ୍ଦ୍ରକାନ୍ତି ମାଝୀ ଓ ଆଶା କର୍ମୀ ତୁଳସା ନାଏକ ପହଞ୍ଚି ମାଆ ପୁଅଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସୌଭାଗ୍ୟବଶତଃ 2 ଜଣଯାକ ସୁସ୍ଥ ଥିବା ଜଣାପଡିଥିଲା । ତେବେ ପରବର୍ତ୍ତୀ ସମୟରେ ମାଆ ପୁଅକୁ ଜନନୀ ସୁରକ୍ଷା ଗାଡ଼ିରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ।

ତେବେ କଳାହାଣ୍ଡିରେ ଖଟିଆରେ ବୁହା ହେବା ଘଟଣା ନୂଆ ନୁହେଁ । ବାରମ୍ବାର ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ରାଜ୍ୟରେ ବିକାଶ ନାଁରେ ରାଜ୍ୟ ଓ କେନ୍ଦ୍ର ସରକାର ମାଳ ମାଳ ଯୋଜନା କରୁଥିବା ବେଳେ ଏବେବି ଅନେକ ଗାଁରେ ପକ୍କା ରାସ୍ତା ଖଣ୍ଡେ ହୋଇପାରିନାହିଁ । ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ । ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.