ETV Bharat / state

ଖଟିଆରେ ୧୫ କିମି ବୁହା ହେଲେ ଗର୍ଭବତୀ, ରାସ୍ତାରେ ହେଲା ପ୍ରସବ

author img

By

Published : Sep 14, 2022, 10:07 PM IST

ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଶେଷରେ ୧୫ କିମି ବୁହା ହେଲେ ଗର୍ଭବତୀ । ଅଧିକ ପଢ଼ନ୍ତୁ

ଖଟିଆରେ ୧୫ କିମି ବୁହା ହେଲେ ଗର୍ଭବତୀ, ରାସ୍ତା ଉପରେ ହେଲା ପ୍ରସବ

ଭବାନୀପାଟଣା : ଗାଁ କୁ ଚାଲ ଗାଁକୁ ଗଢ଼ । ଏଭଳି କିଛି ସ୍ଲୋଗାନ ନେଇ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ସରକାରୀ ବାବୁ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଫେଲ୍ ମାରିଛି ସରକାରଙ୍କ ଏହି ସ୍ଲୋଗାନ । ସ୍ବାଧୀନତାର ୭୫ ବର୍ଷ ପରେ ବି ଆଜିବି ପକ୍କା ରାସ୍ତା ଟିଏ ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଉପାନ୍ତ ଅଞ୍ଚଳବାସୀ ।

ଖଟିଆରେ ୧୫ କିମି ବୁହା ହେଲେ ଗର୍ଭବତୀ, ରାସ୍ତାରେ ହେଲା ପ୍ରସବ

ଖାଲି ସେତିକି ନୁହେଁ ରାସ୍ତା ନଥିବାରୁ ନିକଟରେ ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଫଳରେ ପରିବାର ଲୋକେ ତାଙ୍କୁ ଖଟିଆରେ ବୋହି ଡାକ୍ତର ପାଖକୁ ନେଉଥିଲେ । ହେଲେ ରାସ୍ତା ଖରାପ ଯୋଗୁଁ ମହିଳା ଜଣକ ଅଧା ବାଟରେ ପ୍ରସବ କରିଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳ ଭଣ୍ଡାର ଉପରପୁଙ୍ଗା ଗାଁରେ । ଏହି ଗାଁରେ ରହୁଥିବା ଅଞ୍ଜଳି ହରିଜନଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ପରେ ପରିବାର ଲୋକେ ବୋଟ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଟି ଗାଁ ମୁଣ୍ଡରେ ପହଞ୍ଚି ଥିଲା । କିନ୍ତୁ ରାସ୍ତା ଖରାପ ଥିବାରୁ ଗାଡ଼ି ଆଉ ଭିତରକୁ ଯାଇପାରିନଥିଲା ।

ଫଳରେ ମହିଳାଙ୍କୁ ଖଟିଆରେ ୧୫ କିଲୋମିଟର ବୋହି ଆଣିବା ସମୟରେ ଅଧା ରାସ୍ତାରେ ମହିଳା ଜଣଙ୍କ ପ୍ରସବ କରିଥିଲେ । ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ପରିବାର ଲୋକେ ପୁଣି ଥରେ ମହିଳାଙ୍କୁ ଖଟିଆରେ ବୋହି ତଳଟେମରା ଡଙ୍ଗା ଘାଟ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ବୋଟ ଆମ୍ବୁଲାନ୍ସ ଯୋଗ ନଦୀ ପାର ହେବାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ମେଡ଼ିକାଲକୁ ନେଇ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଉଭୟ ମାଆ ଓ ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗୋଟିଏ ପଟେ ଇନ୍ଦ୍ରାବତୀ ଜଳ ଭଣ୍ଡାର ଜିଲ୍ଲାବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଥିବା ବେଳେ ଅନ୍ୟପଟେ ଜଳ ଭଣ୍ଡାର ମଧ୍ୟରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା ପାଲଟିଛି ଅଭିଶାପ । ଏଭଳି ଚିତ୍ରକୁ ଦେଖିଲେ ଜଣାପଡୁଛି ଆଜି ବି ଉପାନ୍ତ ଅଞ୍ଚଳ ପାଇଁ ବାଟବଣା ହୋଇଛି ସରକାରଙ୍କ ବିକାଶର ରଥ ।

ସତେ ଯେମିତି ସରକାରଙ୍କ ବିକାଶମୂଳକ ଯୋଜନା ଏମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ସ୍ବାସ୍ଥ୍ୟସେବା ଭଳି ମୌଳିକ ସୁବିଧା ଏଠି ଅପହଞ୍ଚ ହେବାରୁ ଅନେକ ସମୟରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳେ । ଏପରିକି ବିଭିନ୍ନ ସମୟରେ ରୋଗୀ ଖଟିଆରେ ବୁହା ହୋଇ ମେଡି଼କାଲ ଯାଇଥାନ୍ତି । ସେପଟେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପୋଲ ନିର୍ମାଣ କରି ଗାଁକୁ ରାସ୍ତା ତିଆରି କରିବା ପାଇଁ ଗ୍ରାମବାସୀ ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରିଛନ୍ତି । ହେଲେ ପ୍ରତିଶୃତି ମିଳୁଛି ସିନା ସମସ୍ୟାର ସମାଧାନ ହେଉନାହିଁ କି ଲୋକଙ୍କ ଦଃଖ ଘୁଞ୍ଚୁନାହିଁ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.