ETV Bharat / state

କଳାହାଣ୍ଡିରେ ବଢୁଛି କୋରୋନା ସଂକ୍ରମଣ, 2 ଦିନରେ ୫୯ ଜଣ ଆକ୍ରାନ୍ତ ଚିହ୍ନଟ

author img

By

Published : Jul 31, 2020, 7:30 AM IST

ଜିଲ୍ଲାରେ ବଢି ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧କୁ ପହଞ୍ଚିଥିବା ବେଳେ ୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୮ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରେ ବଢୁଛି ସଂକ୍ରମଣ, 2ଦିନରେ ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭବାନୀପାଟଣା: ଜିଲ୍ଲାରେ ବଢି ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ଜିଲ୍ଲାରେ ୨୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଆଉ ୩୩ ଜଣ ଚିହ୍ନଟ ହୋଇଛନ୍ତି। ବୁଧବାର ଚିହ୍ନଟ ହୋଇଥିବା ୨୬ ଜଣ ରୋଗୀଙ୍କ ମଧ୍ୟରୁ ୨୪ ଜଣ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଟାଉନସ୍ପିପରୁ ଚିହ୍ନଟ ହୋଇଥିବା ବେଳେ ଭବାନୀପାଟଣା ଓ କେସିଙ୍ଗାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ। ସେହିପରି ଗୁରୁବାର ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବେଦାନ୍ତ ଟାଉନସିପ୍‌ରୁ ୧୩ ଜଣ, ଛତ୍ରପୁରରୁ ଜଣେ, ଭବାନୀପାଟଣା ସହରରୁ ୬ଜଣ, ନର୍ଲା ବ୍ଲକ ଅଞ୍ଚଳରୁ ୪ ଜଣ ଓ ଭବାନୀପାଟଣା ପିଏଚସିରୁ ୨ ଜଣ, କେସିଙ୍ଗା ଟିଏମସିରୁ ଦୁଇ ଜଣ, ମଦନପୁର ରାମପୁର ଜଣେ ଓ ୪ କୋରୋନା ଯୋଦ୍ଧା ପୋଲିସ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନକୁ ଚିନ୍ତାରେ ପକାଇଥିବା ବେଳେ ସାଧାରଣ ଲୋକେ ମଧ୍ୟ ଏନେଇ ଏକ ପ୍ରକାର ଆତଙ୍କିତ ।

ଏମାନେ ସମସ୍ତେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧କୁ ପହଞ୍ଚିଥିବା ବେଳେ ୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୮ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.