ETV Bharat / state

ଦାରିଦ୍ର୍ୟ ଯନ୍ତ୍ରଣାରେ ଛଟପଟ ଗାୟତ୍ରୀ, ସରକାରୀ ସାହାଯ୍ୟକୁ ଅପେକ୍ଷା

author img

By

Published : Jan 4, 2020, 2:30 PM IST

ରୋଗ ପାଇଁ ସ୍ବାମୀ କରିଦେଲେ ପର। ଗୋଟିଏ ପଟେ ମାନସିକ ଦୁଶ୍ଚିନ୍ତା ଓ ଅନ୍ୟପଟେ ଶରୀରର ଅସହ୍ୟ ଯନ୍ତ୍ରଣା ଯାହା ତାଙ୍କୁ ଶଯ୍ୟାରେ କିଲବିଲ କରୁଛି । ଯନ୍ତ୍ରଣାରୁ ଉପଶମ ପାଇଁ ସରକାରୀ ସୁବିଧାର ଅପେକ୍ଷାରେ ଗାୟତ୍ରୀ। ଅଧିକ ଖବର ପଢନ୍ତୁ...

GAYATRI PKG
ଗରିବୀର ଯନ୍ତ୍ରଣାରେ ଗାୟତ୍ରୀ ଦୋରା, ଅପେକ୍ଷା ସରକାରୀ ସାହାଯ୍ୟକୁ

କଳାହାଣ୍ଡି: ଏ ହେଉଛନ୍ତି ଗାୟତ୍ରୀ ଦୋରା । ବସୟ 36 ବର୍ଷ। ଘର କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଦାଦପୁର ଗାଁ । ହେଲେ ଭାରି ଦୁଃଖିନିଟା । 19 ବର୍ଷରୁ ବିବାହ କରିଥିଲେ ହେଲେ ରୋଗ ପାଇଁ ବିବାହିତ ଗାୟତ୍ରୀ ଏବେ ସ୍ବାମୀଙ୍କ ତାଡନାର ଶିକାର ହୋଇ ବାପ ଘରେ ଆଶ୍ରିତ।

ଗୋଟିଏ ପଟେ ମାନସିକ ଦୁଶ୍ଚିନ୍ତା ଓ ଅନ୍ୟପଟେ ଶରୀରର ଅସହ୍ୟ ଯନ୍ତ୍ରଣା ଯାହା ତାଙ୍କୁ ଶଯ୍ୟାରେ କିଲବିଲ କରୁଛି। ଏବେ ପରିବାର କହିଲେ ଗାୟତ୍ରୀଙ୍କ ସହ ବୁଢା ବାପା ଓ ଭାଇ। ଦିନମଜୁରିଆ ଭାବେ କାମ କରୁଥିବା ବୁଢା ବାପାର ରୋଜଗାରରେ ପରିବାର ଚଳେ। ଆଉ ଏସବୁ ଭିତରେ ଗାୟତ୍ରୀର ଦୁଃଖ ସତେ ଯେମିତି ବୋଝ ଉପରେ ନଳିତା ବିଡା ।

ଗରିବୀର ଯନ୍ତ୍ରଣାରେ ଗାୟତ୍ରୀ ଦୋରା, ଅପେକ୍ଷା ସରକାରୀ ସାହାଯ୍ୟକୁ

୩ ବର୍ଷ ହେବ ଗାୟତ୍ରୀ ଏକ ଅଜଣା ରୋଗରେ ଆକ୍ରାନ୍ତ । ଯାହାଫଳରେ ପେଟ ଅସ୍ବାଭାବିକ ଭାବେ ବଢିବାରେ ଲାଗିଲା। ଏନେଇ ବିଷମକଟକ ମିଶନାରୀ ଡାକ୍ତରଖାନାରେ ଚିକିତ୍ସା ପରେ ଏକ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ଡାକ୍ତର କହିଛନ୍ତି। ହେଲେ ଅର୍ଥାଭାବ ଗାୟତ୍ରୀର ଚିକିତ୍ସା ପାଇଁ ବାଧକ ସାଜିଛି ।

ଗରିବଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା ସହ ମାଗଣା ଚିକିତ୍ସା ସୁବିଧା । ହେଲେ ସଚେତନତାର ଅଭାବ ଯୋଗୁଁ ଗାୟତ୍ରୀଙ୍କ ପରିବାର ଏସବୁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ। ଏହି ପରିବାରକୁ ପ୍ରଶାସନିକ ସ୍ତରରେ ସହଯୋଗ କରିବାକୁ ଗାଁ ର କିଛି ସମାଜସେବୀ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ,ଇଟିଭି ଭାରତ

Intro:ସ୍ଲଗ -ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଡେସ୍କ-ସ୍ମୁତିରେଖା ତରାନିଆ

ବାଇଟ-ଗାୟତ୍ରୀ ଦୌରା (ରାଗୀ)

ଭିଓ-୧-କଳାହାଠି ଜିଲ୍ଲା ସଦର ବ୍ଲକ ଦାଦପୁର ଗାଁ । ଗାଁ ର ୩୬ ବର୍ଷିୟା ଗାୟତ୍ରୀ ଦୌରା । ଆଜକୁ ୩ ବର୍ଷ ହେବେ ଅଜଣା ରୋଗ ରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ । ରୋଗ ପାଇଁ ବିବାହିତ ଗାୟତ୍ରୀ ଏବେ ସ୍ୱାମୀ ଙ୍କ ତାଡନା ର ଶୀକାର ହୋଇ ବାପ ଘରେ ଆଶ୍ରିତ । ଆଉ ଜର୍ଜରିତ ଯନ୍ତ୍ରଣା ରେ ଛଟପଟ । ଏବେ ପରିବାର କହିଲେ ଗାୟତ୍ରୀ ସହ ବୁଢା ବାପା ଓ ଭାଇ । ବୁଢା ବାପ ର ରୋଜଗାର ରେ ପରିବାର ଚଳେ । ପେଟ କୁ ଦି ମୁଠା ଯୋଗାଡ ରେ ଏମାନେ ଦିନମଜୁରିଆ । ଆଉ ଏସବୁ ଭିତରେ ଗାୟତ୍ରୀ ର ଦୁ:ଖ ସତେ ଯେମିତି ବୋଝ ଉପରେ ନଳିତା ବିଡା । ୩ ବର୍ଷ ତଳେ ଗାୟତ୍ରୀ ର ପେଟ ଅସ୍ୱାଭାବିକ ଭାବେ ବଢିବା ରେ ଲାଗିଲା ଏନେଇ ବିଷମକଟକ ମିଶନାରୀ ଡାକ୍ତରଖାନା ରେ ଚିକିତ୍ସା ପରେ ଏକ ଅସ୍ତ୍ରୋପଚାର ର ଆବଶ୍ୟକତା ଥିବା ଡାକ୍ତର କହିଥିଲେ । ହେଲେ ଗରିବ ପରିବାର ଗାୟତ୍ରୀ ର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ପ୍ରକାଶ କରିଛନ୍ତି । ସେପଟେ ଗାଁ ର କିଛି ସମାଜସେବୀ ଗାୟତ୍ରୀ ର ଚିକିତ୍ସା ପାଇଁ ଦାବୀ କରିଛନ୍ତି ।Body:ବାଇଟ- ଯୁଧିଷ୍ଠିର ଦୌରା (ଗାୟତ୍ରୀ ଙ୍କ ବାପା) / ମୋତିଲାଲ ସାହୁ (ସ୍ଥାନୀୟ ବାସିନ୍ଦା)

ଭିଓ-୨-ସରକାର ଗରିବ ଶ୍ରେଣୀ ର ଲୋକ ଙ୍କୁ ମାଗଣା ରେ ଚିକିତ୍ସା ପାଇଁ ଅନେକ ଯୋଜନା ସବୁ କାର୍ଯକାରୀ କରିଛନ୍ତି ହେଲେ ସଚେତନତା ର ଅଭାବ ଯୋଗୁଁ ଗାୟତ୍ରୀ ଙ୍କ ପରିବାର ଏସବୁ ଯୋଜନା ର ସୁଫଳ ପାଇବାରୁ ବଞ୍ଚିତ ଥିବା ବେଳେ ଏନେଇ ପ୍ରଶାସନିକ ସ୍ତରରେ ସହଯୋଗ ର ଆବଶ୍ୟକତା ରହିଛି ।Conclusion:ପି-ଟୁ-ସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.