ETV Bharat / state

କଳାହାଣ୍ଡି ପୋଲିସ ପକ୍ଷରୁ ୬୧ତମ ପୋଲିସ ଶହୀଦ ଦିବସ ପାଳିତ - police sahid diwas celebrated by kalahandi olice

ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ କୋଭିଡ ନିୟମ ଅନୁସରଣ କରି କଳାହାଣ୍ଡି ପୋଲିସ ପକ୍ଷରୁ 61 ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଛି । ଅଧିକ ପଢ଼ନ୍ତୁ...

କଳାହାଣ୍ଡି ପୋଲିସ ପକ୍ଷରୁ ୬୧ ତମ ପୋଲିସ ସହୀଦ ଦିବସ ପାଳିତ

author img

By

Published : Oct 21, 2020, 5:53 PM IST

ଭବାନୀପାଟଣା: କଳାହାଣ୍ଡି ପୋଲିସ ପକ୍ଷରୁ 61ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ କୋଭିଡ ନିୟମ ଅନୁସରଣ କରି ସାମାଜିକ ଦୂରତା ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ଶହୀଦ ଯବାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀର ଯବାନଙ୍କ ବଳିଦାନକୁ ଦେଶ କେବେ ଭୁଲିବ ନାହିଁ ବୋଲି ପ୍ରକାଶ କରିଛନ୍ତି ।

କଳାହାଣ୍ଡି ପୋଲିସ ପକ୍ଷରୁ ୬୧ ତମ ପୋଲିସ ସହୀଦ ଦିବସ ପାଳିତ

କରୋନା ମହାମାରୀରେ କୋରୋନା ଯୋଦ୍ଧା ଭାବେ ଶହୀଦ ହୋଇଥିବା ପୋଲିସ କର୍ମଚାରୀ ଏବଂ ସଂକ୍ରମିତଙ୍କୁ ପ୍ଲାଜମା ଦାନ କରି ଜୀବନ ରକ୍ଷା କରିଥିବା ପୋଲିସ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ଏସପି ଗଙ୍ଗାଧର ।

ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସମ୍ଭାଷଣକୁ ମଧ୍ୟ ଏହି ଅବସରରେ ପାଠ କରାଯାଇଛି । ପରେ ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିଜ କର୍ତ୍ତବ୍ୟରେ ଆଦର୍ଶ ଆଚରଣ ସହିତ ଜନସାଧାରଣଙ୍କ ସହ ବନ୍ଧୁତ୍ବଭାବ ଜାତ କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.