ETV Bharat / state

ନକଲି କୋରୋନା ଔଷଧ ବିକିବା ଅଭିଯୋଗ, ପୋଲିସର ଚଢାଉ - covid update

କେସିଙ୍ଗାରେ ନକଲି କୋଭିଡ ଔଷଧ ବିକିବା ଅଭିଯୋଗରେ ଔଷଧ ଦୋକାନ ଉପରେ ଚଢାଉ । ଅଧିକ ପଢନ୍ତୁ...

ନକଲି କୋରୋନା ଔଷଧ ବିକିବା ଅଭିଯୋଗ, ପୋଲିସର ଚଢାଉ

author img

By

Published : Jun 13, 2021, 3:48 PM IST

ଭବାନୀପାଟଣା : ହିମାଚଳ ପ୍ରଦେଶରୁ କୋରୋନା ସମ୍ପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ ଔଷଧ ଦୋକାନ ଉପରେ ପୋଲିସ ଚଢାଉ । ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ । କେସିଙ୍ଗାସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡସ୍ଥିତ ଜୟହୀନ୍ଦ ଟ୍ରେଡସ୍ର ଉପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସ୍ଥାନୀୟ ପୋଲିସ ଚଢ଼ାଉ ।

ନକଲି କୋରୋନା ଔଷଧ ବିକିବା ଅଭିଯୋଗ, ପୋଲିସର ଚଢାଉ
ନକଲି କୋରୋନା ଔଷଧ ବିକିବା ଅଭିଯୋଗ, ପୋଲିସର ଚଢାଉ

ମିଳିଥିବା ସୂଚନା ଅନୁସାରେ କଟକ ଲିଙ୍କ ପରେ ଓଡ଼ିଶା ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ଯାଞ୍ଚ କରୁଛି । ସେହିପରି ପରିପ୍ରେକ୍ଷୀରେ କଳାହାଣ୍ଡିର 2ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ସହ ଔଷଧ ଜବତ କରାଯାଇଛି । ଧର୍ମଗଡରେ ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ହରେକୃଷ୍ଣ ବରିହା ଓ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ ଓଡୁଙ୍କ ଉପସ୍ଥିତିରେ ପୋଲିସ ଚଢ଼ାଉ ଜାରି ରହିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.