ETV Bharat / state

ମମିତା ହତ୍ୟାକାଣ୍ଡ: ଏଣ୍ଟ୍ରି ମାରିଲେ ବିବେକ, ପୋଲିସ ହାତରେ ଲାଗିଲା ବଡ ତଥ୍ୟ - ଟାୟାର

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା । ପୋଲିସ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା ଜଣାପଡ଼ିଛି । ଜାଣନ୍ତୁ କ'ଣ ସେହି ତଥ୍ୟ...

ମମିତା ମେହେର ହତ୍ୟାକାଣ୍ଡ: ପୋଲିସ ହାତରେ ଲାଗିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

author img

By

Published : Nov 5, 2021, 3:05 PM IST

ଭବାନୀପାଟଣା: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା । ପୋଲିସ ହାତରେ ଲାଗିଲା ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ବିବେକ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ ୧୬୧ ବୟାନରେ ପୋଲିସକୁ ଏହି ତଥ୍ୟ ମିଳିଛି । ମମିତାଙ୍କ ମୃତଦେହକୁ ପୋଡ଼ିବା ପାଇଁ ବିବେକ ଗାଡ଼ି ଟାୟାର ଦେଇଥିବା ଜଣାପଡ଼ିଛି ।

ମମିତା ମେହେର ହତ୍ୟାକାଣ୍ଡ: ପୋଲିସ ହାତରେ ଲାଗିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

ମମିତାଙ୍କୁ ହତ୍ୟା କରିବା ପରେ ବିବେକଙ୍କୁ ଫୋନ କରିଥିଲା ଗୋବିନ୍ଦ । ପରେ ଗୋବିନ୍ଦର ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ ଯାଇ ବିବେକଙ୍କ ନିକଟରୁ ୨ଟି ଟାୟାର ଆଣିଥିବା ପୋଲିସ ସୂଚନା ପାଇଛି ।

ସେପଟେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିବେକ ଅଗ୍ରୱାଲ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ଡ୍ରାଇଭର ରାଧେ ଅପରାହ୍ନ ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଟାୟାର ଆଣିବା ପାଇଁ ବିବେକଙ୍କ ନିକଟକୁ ଆସିଥିଲା । ତେବେ ସେ ୨ଟା ଟାୟାର ନେଇଥିବା କହିଛନ୍ତି ବିବେକ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.