ETV Bharat / state

ପାନଡେମିକର ଜାଗ୍ରତ ପ୍ରହରୀ ପୋଲିସ, ଅଣଦେଖା କରୁଛି ପ୍ରଶାସନ

author img

By

Published : May 12, 2021, 4:35 PM IST

Updated : May 12, 2021, 6:29 PM IST

କର୍ମ ଆଗରେ ପ୍ରିୟ, ପରିଜନ, ମଉଜ ମଜଲିସ ଏମାନଙ୍କ ପାଇଁ ସବୁ ତୁଚ୍ଛ । ଡହଡହ ଖରାରେ ଜୀବନକୁ ବାଜି ଲଗାଇ କରୁଛନ୍ତି ଡ୍ୟୁଟି । ଲକଡାଉନରେ ସମସ୍ତେ ଘରେ ରହୁଥିବାବେଳେ କୋରୋନା ଭୟକୁ ଖାତିର ନକରି ନିଷ୍ଠାର ସହ କର୍ମ କରୁଛନ୍ତି ଏହି ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ...

ଜାଗ୍ରତ ପ୍ରହରୀ ସାଜିଛି ପୋଲିସ, ଅଣଦେଖା କରୁଛି ପ୍ରଶାସନ(check doc)

କଳାହାଣ୍ଡି: କଥାରେ ଅଛି 'କର୍ମ ହିଁ ଭଗବାନ' ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବର୍ତ୍ତମାନର କୋରୋନା ଯୋଦ୍ଧା । କର୍ମ ଆଗରେ ପ୍ରିୟ, ପରିଜନ, ମଉଜ ମଜଲିସ ଏମାନଙ୍କ ପାଇଁ ସବୁ ତୁଚ୍ଛ । ଡହଡହ ଖରାରେ ଜୀବନକୁ ବାଜି ଲଗାଇ କରୁଛନ୍ତି ଡ୍ୟୁଟି । ଲକଡାଉନରେ ସମସ୍ତେ ଘରେ ରହୁଥିବାବେଳେ କୋରୋନା ଭୟକୁ ଖାତିର ନକରି ନିଷ୍ଠାର ସହ କର୍ମ କରୁଛନ୍ତି ଏହି ପୋଲିସ କର୍ମଚାରୀ ।

ପାନଡେମିକର ଜାଗ୍ରତ ପ୍ରହରୀ ପୋଲିସ, ଅଣଦେଖା କରୁଛି ପ୍ରଶାସନ

କୋରୋନାର ଦ୍ବିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଦିନ ହେଉ ଅବା ରାତି, ଲକଡାଉନ ହେଉ କି ସଟଡାଉନ, ପୋଲିସଙ୍କ ପାଇଁ କର୍ତ୍ତବ୍ୟ ହିଁ ସବୁକିଛି । କଳାହାଣ୍ଡି ଜିଲ୍ଲାରେ ଏବେସୁଦ୍ଧା 11 ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବିଭିନ୍ନ ଛକରେ ଜାଗ୍ରତ ପ୍ରହରୀ ସାଜିଛନ୍ତି ପୋଲିସ କର୍ମଚାରୀ । ତେବେ କୋରୋନା ଭୟ ସେମାନଙ୍କୁ ମଧ୍ୟ ରହିଛି, କାରଣ ଜିଲ୍ଲାରେ କୋରୋନାରେ ଡ୍ୟୁଟି କରୁଥିବା ୨୦ ପୋଲିସ କର୍ମଚାରୀ ବର୍ତ୍ତମାନ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ପୋଲିସଙ୍କୁ କୌଣସି ସୁବିଧା ଯଥା ଟେଣ୍ଟ ଓ ପାନୀୟ ଜଳ ଯୋଗାଇ ଦିଆଯାଉ ନଥିବା ହୋଇଛି ଅଭିଯୋଗ । ସେପଟେ ଡ୍ୟୁଟି ସମୟରେ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ପୋଲିସଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥିବା କହିଛନ୍ତି କଳାହାଣ୍ଡି ଏସପି।

ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି ଅନ୍ୟତମ କୋରୋନା ଯୋଦ୍ଧା ‘ପୋଲିସ’ । ହେଲେ ଏହି ଯୋଦ୍ଧାଙ୍କୁ ମହାମାରୀ ଦାଉରୁ ସୁରକ୍ଷା ଯୋଗାଇବା ପାଇଁ ସରକାର ନେବା ଦରକାର ଆବଶ୍ୟକୀୟ ପଦକ୍ଷେପ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : May 12, 2021, 6:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.