ETV Bharat / state

ଶାରୀରିକ ସମ୍ପର୍କ ବଦଳରେ ଆବାସ ଯୋଜନା ଘଟଣା, 6 ଦଫା ଦାବି ସହ ଅନୁସୂଚିତ ଜାତି ସଙ୍ଘର ବିକ୍ଷୋଭ - ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ରସିକିଆ ସରପଞ୍ଚଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଘଟଣା । ଅନୁସୂଚିତ ଜନଜାତି ସଙ୍ଘ ପକ୍ଷରୁ ବିକ୍ଷୋଭ । ପଢନ୍ତୁ ଅଧିକ ।

Physical relation  conditions for abash yojana incident, Scheduled Caste Union protests
ଆବାସ ଯୋଜନା ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣା, ଅନୁସୂଚିତ ଜାତୀ ସଙ୍ଘର ବିକ୍ଷୋଭ
author img

By

Published : Nov 21, 2020, 1:43 PM IST

ଭବାନୀପାଟଣା: ରସିକିଆ ସରପଞ୍ଚଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଘଟଣା । ଶାରୀରିକ ସମ୍ପର୍କ ରଖିଲେ ମିଳିବ ଆବାସ ଯୋଜନାରେ ଘର । କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ଶାଳେପାଲି ପଞ୍ଚାୟତର ସରପଞ୍ଚ ଜଣେ ଦଳିତ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ ବୋଲି ସର୍ତ୍ତ ରଖିବା ଭଳି ସଙ୍ଗିନ ଅଭିଯୋଗ ହୋଇଥିଲା ।

ଆବାସ ଯୋଜନା ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣା, ଅନୁସୂଚିତ ଜାତୀ ସଙ୍ଘର ବିକ୍ଷୋଭ

ତେବେ ସରପଞ୍ଚ, ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିବା ସହ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିବା ଓ ଏ ସମ୍ପର୍କରେ କାହାକୁ କହିଲେ ତାଙ୍କୁ ଓ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

ଏନେଇ ଅନୁସୂଚିତ ଜନଜାତି ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୬ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହା ସହ ଅଭିଯୋଗକାରିଣୀ ଯୁବତୀଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବା ସହ ସରକାର ପୀଡିତାଙ୍କୁ କ୍ଷତିପୂରଣ ଦିଅନ୍ତୁ ବୋଲି ସଙ୍ଘ ଦାବି କରିଛି । ଏହି ପ୍ରତିବାଦ ସଭାରେ ସଂଘର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.