ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ !

author img

By

Published : Nov 20, 2020, 3:24 AM IST

Updated : Nov 20, 2020, 3:30 AM IST

02:26 November 20

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ !

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଆବେଦନ କରିଥିବା ଜଣେ ଦଳିତ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିବା ସହ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଛନ୍ତି ସରପଞ୍ଚ  । ଏ ସମ୍ପର୍କରେ କାହାକୁ କହିଲେ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ସଙ୍ଗିନ ଅଭିଯୋଗ ହୋଇଛି ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଘର ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା । ସେ ଏନେଇ ପଞ୍ଚାୟତରେ ଆବେଦନ କରିଥିଲେ । ଯୁବତୀଙ୍କ ଅଭିଯୋଗ ଅନୁସାରେ ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଘର ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ସର୍ତ୍ତ ରଖିଥିଲେ ।

ବିଭିନ୍ନ ସମୟରେ ଯୁବତୀଙ୍କୁ ଫୋନ କରି ହଇରାଣ ମଧ୍ୟ କରୁଥିଲେ ସରପଞ୍ଚ । ଏ ଘଟଣା ଗତ ଅକ୍ଟୋବର ୧୮ ତାରିଖରେ ଘଟିଥିବା ବେଳେ ବୁଧବାର ଯୁବତୀ ଜଣଙ୍କ ମଦନପୁର ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାର ରେ ପୋଲିସ ତଦନ୍ତ ଆରମ୍ଭ କରିଛି।

କଳାହାଣ୍ଡିରୁ ଆଜିତ ସିଂହ, ଇଟିଭି ଭାରତ

Last Updated : Nov 20, 2020, 3:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.