ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କଲବଲ କରୁଛି ତାତି । ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ମାର୍ଚ୍ଚ ମାସରୁ ହିଁ ୪୦ ଡିଗ୍ରୀ ଛୁଇଁଲାଣି ପାରଦ । ବିଗତ ୫ ଦିନ ହେଲାଣି ଜିଲ୍ଲାରେ ସକାଳ ୧୦ଟାରୁ ଦିନ ୫ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । ଫଳରେ ଘରୁ ବାହାରିବା ଏକରକମ ମୁସକିଲ ହୋଇପଡୁଛି ।
ଜରୁରୀ କାମ ଥିଲେ ହେଁ ଲୋକେ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ ମୁହଁରେ କଳା ଚଷମା ଓ ସାଙ୍ଗରେ ପାଣି ବୋତଲ ନେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସମସ୍ୟା ଓ ଅଘୋଷିତ ବିଦ୍ୟୁତ କାଟ ଏବେ ସହରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଏସବୁ ଭିତରେ ସମସ୍ତ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ