କଳାହାଣ୍ଡି: ଟ୍ୟାଙ୍କର ଧକ୍କାରେ ନାବାଳିକାର ମୃତ୍ୟୁକୁ ନେଇ ଉତ୍ୟକ୍ତଲୋକଙ୍କ ରାସ୍ତାରୋକ । କଳାହାଣ୍ଡିର କେସିଙ୍ଗା ଥାନା ଅଧିନସ୍ଥ 26 ନଂ ଜାତୀୟ ରାଜପଥର ନୁନମାଠ ନିକଟରେ ଏକ ଟ୍ୟାଙ୍କର ଧକ୍କାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ଏହି ରାଜପଥକୁ ଅବରୋଧ କରାଯାଇଛି ।
ଏ ଦୁର୍ଘଟଣାରେ ନୁନମାଟ ଗାଁର ଜଣେ ୧୦ ବର୍ଷର ନାବାଳିକା ଲଳିତା ମାଝୀଙ୍କ ମୃତ୍ୟୁ ହୋଇଛି । ଏ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ-୨୬କୁ ଅବରୋଧ କରିଥିଲେ। ଫଳରେ ବରଗଡ଼ରୁ ବୋରିଗୁମ୍ମାକୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛି।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ