କଳାହାଣ୍ଡି: ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବାକୁ ସରକାରଙ୍କ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) । ହେଲେ ଯୋଜନା ଏବେ ବାଟ ହୁଡୁଛି ବୋଲି ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସେରଗଡ ପଞ୍ଚାୟତରୁ ।
ଲୋକଙ୍କ ହାତରେ ଜବକାର୍ଡ ହେଲେ ମନରେ ପ୍ରବଳ କ୍ଷୋଭ । କାରଣ କାମ କରିବି ପାରିଶ୍ରମିକ ବଞ୍ଚିତ ହେଉଛନ୍ତି ଲୋକେ । ସେ ପୁଣି ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ବର୍ଷେ ହେଲା ଯୋଜନା କାମ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେମାନଙ୍କୁ ପାରିଶ୍ରମିକ ମିଳିନି । ସେରଗଡରୁ ପ୍ରାୟ 50 ଜଣ ହିତାଧିକାରୀ ଏଭଳି ପାରିଶ୍ରମିକ ପାଇ ନଥିବା ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ, ଗତ ବର୍ଷ ମନରେଗା ଯୋଜନାରେ 50 ହିତାଧିକାରୀଙ୍କୁ ମୁଠା ପୋଖରୀ ଖୋଳିବାକୁ କାର୍ଯ୍ୟାଦେଶ ଦିଆଯାଇଥିଲା । ସୁରୁଖୁରରେ କାମ ବି ହେଲେ, କିନ୍ତୁ ବିଡମ୍ବନାର ବିଷୟ କାମ ସରିବାର ଏମଧ୍ୟରେ ବର୍ଷେ ବିତି ଯାଇଥିଲେ ମଜୁରୀ ମିଳିନି । ଏନେଇ ସେମାନେ ବାରମ୍ବାର ପଞ୍ଚାୟତ ଅଫିସ ଠାରୁ ବ୍ଲକ ଅଧିକାରୀଙ୍କ ଦ୍ୱାରସ୍ଥ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।
ଏ ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅଭିଯୋଗର ତଦନ୍ତ ପରେ କାର୍ଯାନୁଷ୍ଠନ ଗ୍ରହଣ କରାଯିବ ସେ ବୋଲି କହିଛନ୍ତି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ