ETV Bharat / state

କଳାହାଣ୍ଡିରେ ଲକଡାଉନ ପାଇଁ ଦାନା ପାଉ ନାହାଁନ୍ତି ଅସହାୟ - people in hunger, due to lockdown in kalahandi

ଲକ ଡାଉନ ପାଇଁ ଦାନା ପାଇ ନାହାଁନ୍ତି ଅସହାୟ । ଲୋଡା ସରକାରୀ ସହାୟତା । ଅଧିକ ପଢନ୍ତୁ.....

people in hunger, due to lockdown in kalahandi
କଳାହାଣ୍ଡିରେ ଲକ ଡାଉନ ପାଇଁ ଦାନା ପାଉ ନାହାଁନ୍ତି ଅସହାୟ
author img

By

Published : Mar 27, 2020, 6:42 PM IST

Updated : Mar 27, 2020, 7:18 PM IST

କଳାହାଣ୍ଡି: କୋରୋନା ପାଇଁ ସାର ଭାରତ ଲକ ଡାଉନ । ସବୁଠି ବନ୍ଦ ରହିଛି ଦୋକାନ ବଜାର । ପ୍ରଭାବିତ ହୋଇଛି ଜନଜୀବନ। କିଛି ଲୋକ ଏମିତି ଲୋକ ଅଛନ୍ତି ଯେଉଁମାନେ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ପ୍ଲାଷ୍ଟିକ, ଲୁହା, କାଟୁନ ସଂଗ୍ରହ କରି କବାଡି ଗୋଦାମରେ ବିକ୍ରି କରନ୍ତି । ଆଉ ଦି ପଇସା ରୋଜଗାର କରିଥାନ୍ତି । ଏଥିରେ ଏମାନଙ୍କ ଚୁଲି ଜଳେ ଆଉ ପେଟ ପୁରେ ହେଲେ ଜନତା କର୍ଫ୍ୟୁ ଆହ୍ବାନ ଦିନଠୁ ଏମାନେ ଆଉ ବାହାରି ପାରୁନାହାନ୍ତି ନିଜର ନିତିଦିନିଆ କାମରେ। ଫଳରେ ଦିପଇସା ରୋଜଗାର ବି ମିଳୁନି।

କଳାହାଣ୍ଡିରେ ଲକଡାଉନ ପାଇଁ ଦାନା ପାଉ ନାହାଁନ୍ତି ଅସହାୟ

ଚୁଲି କଡ଼ର ହାଣ୍ଡି ଅଛି ହେଲେ ରୋଷେଇ ପାଇଁ ଦାନା ନାହିଁ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଲକଡାଉନ ପଦକ୍ଷେପକୁ ଏମାନେ ବି ସ୍ୱାଗତ କରିଛନ୍ତି ସତ ହେଲେ ସଂକ୍ରମଣ ଆଶଙ୍କାରେ ବଳିଯାଇଛି ଭୋକିଲା ପେଟର କଷ୍ଟ। ଛୁଆଠୁ ବୁଡା ସମସ୍ତେ ଏବେ ଏ ଗଛମୂଳେ ଅନେଇ ବସିଛନ୍ତି ସରକାରୀ ସାହାଯ୍ୟକୁ ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

Last Updated : Mar 27, 2020, 7:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.