ETV Bharat / state

ଅଧାରେ ଅଟକିଛି ପୋଲ ନିର୍ମାଣ କାମ, ହନ୍ତସନ୍ତ ଅଞ୍ଚଳବାସୀ - ଅଧାରେ ଅଟକିଛି ପୋଲ ନିର୍ମାଣ କାମ

ପୋଲ କାମରେ ବିଳମ୍ବ । ଅଧାରେ ପୋଲ ନିର୍ମାଣ କାମ ଅଟକି ଥିବାକୁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକ । ତୁରନ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ଦାବି କରିଛନ୍ତି । (road problem in Kalahandi) ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ l ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି । ଅଧିକ ପଢନ୍ତୁ

ଅଧାରେ ଅଟକିଛି ପୋଲ ନିର୍ମାଣ କାମ, ହନ୍ତସନ୍ତ ଅଞ୍ଚଳବାସୀ

author img

By

Published : Nov 6, 2022, 4:56 PM IST

ଭବାନୀପାଟଣା: ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ଅଭିଯୋଗ । ଜାତୀୟ ରାଜପଥରେ ଗାତ ଖୋଳି ଭୁଲି ଯାଇଛି ଠିକା ସଂସ୍ଥା । କେତେବେଳେ ଯେ କିଛି ଅଘଟଣ ଘଟିଯିବ ତାହା କହି ହେବ ନାହିଁ । ନିର୍ମାଣଧିନ ବ୍ରିଜ୍‌ ପାଇଁ ନିକଟରେ ଏକ ଆପ୍ରୋଚ ରାସ୍ତା ନିର୍ମାଣ କରି ଭୁଲି ଯାଇଛି ଠିକା ସଂସ୍ଥା । ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ପୋଲ ନିର୍ମାଣ କାମ ଅଟକି ଥିବାକୁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକ । ତୁରନ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଅଧାରେ ଅଟକିଛି ପୋଲ ନିର୍ମାଣ କାମ, ହନ୍ତସନ୍ତ ଅଞ୍ଚଳବାସୀ

ଏ ସମସ୍ୟା କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ଭବାନୀପାଟଣାରୁ ଧର୍ମଗଡ ଦେଇ ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୩୦ରେ ଏକ ପୋଲ ଅର୍ଦ୍ଧ ନିର୍ମିତ ହୋଇ ପଡ଼ି ରହିଛି । ଧର୍ମଗଡ ଥାନାକୁ ଯାଆଆସ କରିବା ପାଇଁ ଏହା ମୁଖ୍ୟ ରାସ୍ତା । ଥାନାକୁ ଦିନରାତି ଅଭିଯୋଗ ନେଇ ଅନେକ ଲୋକ ଆସୁଛନ୍ତି । କିନ୍ତୁ ଠିକା ସଂସ୍ଥା ଗତ 4 ମାସ ହେବ ଥାନା ସାମ୍ନା ରାସ୍ତାରେ ପୋଲ ନିର୍ମାଣ ପାଇଁ ଗାତ ଖୋଳି ଚୁପ୍‌ ବସିଛି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଯାତାୟତ କରିଥାଏ । ହେଲେ ଏହି ଦୃଶ୍ୟକୁ ଦେଖିଲେ ମନେ ହୁଏ କେତେବେଳେ କିଛି ଅଘଟଣ ଘଟିଯିବ ତାର କିଛି ଠିକଣା ନାହିଁ l ସତେ ଯେମିତି ଦୁର୍ଘଟଣା ବାଟୋଇକୁ ଅପେକ୍ଷା କରି ଚାହିଁ ବସିଛି । ଏ ସବୁ ଦେଖି ପ୍ରଶାସନ ଚୁପ ବସି ଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି l

ଏହି ରାସ୍ତା ପାଇଁ ସରକାର ୫୮ କୋଟି ଟଙ୍କାରେ ରାଜଶ୍ରୀ କନଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାକୁ ନିର୍ମାଣ ପାଇଁ ଦାୟିତ୍ୱ ଦେଇଛନ୍ତି । ରାସ୍ତାରେ ମୋଟ ୫୭ଟି ଛୋଟଛୋଟ କଲଭର୍ଟ ନିର୍ମାଣ ଶହ ହାଲେରଜୋରରେ ସୁଉଚ୍ଚ ପୋଲ ନିର୍ମାଣ ବ୍ୟବସ୍ଥା ରହିଛି କିନ୍ତୁ ସେହି ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ୍ୟ ମନ୍ଥର ଗତିରେ ଚାଲିଛି ଲଗାଣ ବର୍ଷାରୁ ଚଳିତ ବର୍ଷ ହାଲେରଜୋରରେ ବନ୍ୟାପାଣି ଆସିବାରୁ ଗୋଟିଏ ବର୍ଷ ମଧ୍ୟରେ 5 ଥର ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ଶହ ଧର୍ମଗଡର ଯୋଗାଯୋଗ ବିଛିନ୍ନ ହୋଇଥିଲା । ଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ଶୀଘ୍ର ନିର୍ମାଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.