ETV Bharat / state

୫ ଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ଏବେ ଗାଁ ପାଖରେ ମିଳିଲା ପିଡିଏସ ସାମଗ୍ରୀ - ଗାଁ ପାଖରେ ମିଳିଲା ପିଡିଏସ ସାମଗ୍ରୀ

ପିଡିଏସ ସାମଗ୍ରୀ ପାଇଁ ନିଜ ପଞ୍ଚାୟତକୁ ୭୦ କିଲୋମିଟର ଯାଇ ଫେରୁଥିବାବେଳେ, ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପରେ ଏବେ ଗାଁ ନିକଟରେ ମିଳିଲା ପିଡିଏସ ସାମଗ୍ରୀ । ଅଧିକ ପଢ଼ନ୍ତୁ

୫ ଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ଏବେ ଗାଁ ପାଖରେ ମିଳିଲା ପିଡିଏସ ସାମଗ୍ରୀ

author img

By

Published : Aug 27, 2022, 6:44 PM IST

ଭବାନୀପାଟଣା: ଏବେ ଗାଁ ନିକଟରେ ମିଳିଲା ପିଡିଏସ ସାମଗ୍ରୀ । ୫ ଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ । ଗତ କିଛି ମାସ ପୂର୍ବରୁ ୭୦ କିଲୋମିଟର ଦୂରରୁ ପିଡିଏସ ସାମଗ୍ରୀ ନେଇ ଫେରିବା ସମୟରେ ଦୁର୍ଘଟଣା ଯୋଗୁଁ ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ପଞ୍ଚାୟତର ୫ ଜଣ ହିତାଧିକାରୀଙ୍କ ମୃତ୍ୟ ହୋଇଥିଲା । ତେବେ ଆଜି ଗାଁ ନିକଟରୁ ପିଡିଏସ ଚାଉଳ ନେଉଥିବା ସମୟରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

୫ ଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ଏବେ ଗାଁ ପାଖରେ ମିଳିଲା ପିଡିଏସ ସାମଗ୍ରୀ

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ପଞ୍ଚାୟତର ବାର୍ଷିକୋଣା, ଗମ୍ଭାରୀଗୁଡା, ମୁଡ଼ିଚୁଆଁ ଓ ବିରାଗୁଡା ଗ୍ରାମର ହିତାଧିକାରୀ ଏବେ ଜୁନାଗଡ଼ ବ୍ଲକ ଦାସିଗାଁ ପଞ୍ଚାୟତରୁ ପିଡିଏସ ଚାଉଳ ପାଇଛନ୍ତି । ଏହି ୪ ଟି ଗାଁରେ ୫୫ ଜଣ ରାସନ କାର୍ଡ ହିତାଧିକାରୀ ରହିଛନ୍ତି । ତେବେ ସେମାନେ ରାସନ ସାମଗ୍ରୀ ପାଇଁ ୭୦ କିଲୋମିଟର ସିନ୍ଧିପଦର ପଞ୍ଚାୟତକୁ ଯାଇ ଜଣ ପିଛା ୫୦୦ରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରୁଥିଲେ ।

ବର୍ତ୍ତମାନ କେବଳ ୫ କିଲୋମିଟର ଦୂରରେ ଥିବା ଦାସିଗାଁରୁ ଚାଉଳ ନେବା ପାଇଁ ପ୍ରଶାସନ ବ୍ୟବସ୍ଥା କରିବା ପରେ ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ତେବେ ଏହି ଦାସିଗାଁ ଜୁନାଗଡ଼ ବ୍ଲକ ଅଧିନରେ ରହିଛି । ଏହି ଗ୍ରାମର ଲୋକେ ନିଜ ପଞ୍ଚାୟତକୁ ଯିବାକୁ ହେଲେ ମୁଖ୍ୟରାସ୍ତା ସିଙ୍ଗାରି ଘାଟି ଚଢି ୭୦ କିମି ଯିବାକୁ ପଡିଥାଏ । ଗତ ମେ ୧୭ ତାରିଖରେ ଏହି ୪ଟି ଗାଁର ୧୮ ଜଣ ହିତାଧିକାରୀ ସିନ୍ଧିପଦର ପଞ୍ଚାୟତରୁ ପିଡିଏସ ଚାଉଳ ନେଇଁ ଏକ ପିକଅପ ଭ୍ୟାନ ଯୋଗେ ଫେରୁଥିବାବେଳେ ସିଙ୍ଗାରି ଘାଟିରେ ଗାଡିଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା ।

ଏଥିରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୩ ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେହିଭଳି ୮ ଜଣ ଗୁରୁତର ଆହତ ହୋଇଥିଲେ । ସେହି ସମୟରେ ଏହି ଘଟଣା ଚର୍ଚ୍ଚାର ପରିଧିକୁ ଆସିଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ପରେ ଚେତିଛି ପ୍ରଶାସନ । ବର୍ତ୍ତମାନ ଏହି ୪ ଗ୍ରାମବାସୀ ଥୁଆମୂଳ ରାମପୁର ବ୍ଲକରେ ନିଜ ପଞ୍ଚାୟତକୁ ଛାଡି ଜୁନାଗଡ଼ ବ୍ଲକରୁ ପିଡିଏସ ଚାଉଳ ପାଇବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ଲୋକଙ୍କୁ PDS ସାମଗ୍ରୀ ଯୋଗାଇ ଦିଆଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.