ETV Bharat / state

ପୁଣି ଭାରରେ ବୁହା ହେଲେ ରୋଗୀ - ଭାରରେ ବୁହା ହେଲେ ରୋଗୀ

ପୁଣି ଥରେ ଦେଖିବାକୁ ମିଳିଛି ଆମ ଢୋଲପିଟା ବ୍ୟବସ୍ଥାର ନଗ୍ନ ଚିତ୍ର । ପୁଣି ଭାରରେ ବୁହା ହେଲେ ରୋଗୀ। ଅଧିକ ପଢନ୍ତୁ...

ପୁଣି ଭାରରେ ବୁହା ହେଲେ ରୋଗୀ
ପୁଣି ଭାରରେ ବୁହା ହେଲେ ରୋଗୀ
author img

By

Published : Sep 20, 2021, 10:26 PM IST

ଭବାନୀପାଟଣା: ପୁଣି ଥରେ ଦେଖିବାକୁ ମିଳିଛି ଆମ ଢୋଲପିଟା ବ୍ୟବସ୍ଥାର ନଗ୍ନ ଚିତ୍ର । ପୁଣି ଭାରରେ ବୁହା ହେଲେ ରୋଗୀ।କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଆମ ବ୍ୟବସ୍ଥାର ନଗ୍ନ ଚିତ୍ର । ରାସ୍ତା ଅଭାବ ଯୋଗୁଁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଆଉ ସେଇଥି ପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ ।

ପୁଣି ଭାରରେ ବୁହା ହେଲେ ରୋଗୀ
ଦେଖନ୍ତୁ ଏ ଦୃଶ୍ୟକୁ, କାଦୁଅ ପଚପଚ ସହ ଖାଲଖମାରେ ଭର୍ତ୍ତି । ଏହା କୌଣସି ଦୁର୍ଗମ ଇଲାକାର ଚିତ୍ର ନୁହେଁ ବରଂ ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ଦର୍ଲିପଡା ଗାଁ। ସେହି ଗାଁର ଲକ୍ଷ୍ମୀ ଗୌଡ଼ ନିଜ ଚାଷ ଜମିରେ କାମ କରୁଥିବା ସମୟରେ ପ୍ରବଳ ବର୍ଷା ସହ ଘଡ଼ଘଟି ହୋଇଥିଲା । ଏହି ସମୟରେ ବଜ୍ରାଘାତରେ ଗୁରୁତର ହୋଇଥିଲେ ଲକ୍ଷ୍ମୀ। ଖବର ପାଇ ଗ୍ରାମବାସୀ ଓ ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଆଉ ଖବର ପାଇ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା, କିନ୍ତୁ ଗାଁକୁ ରାସ୍ତା ନଥିବା କାରଣରୁ ଆଗକୁ ଯାଇ ପାରିନଥିଲା ଆମ୍ବୁଲାନ୍ସ ।ପରେ ପରିବାର ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀ ମିଶି ଲକ୍ଷ୍ମୀଙ୍କୁ ଖଟିଆରେ ୨ କିଲୋମିଟର ପାଣିମୁଣ୍ଡା ଗାଁ ପର୍ଯ୍ୟନ୍ତ ବୋହି ନେଇଥିଲେ । ଆଉ ସେଠାରୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ପରିବାର ଲୋକେ। ଏଭଳି ଚିତ୍ର ବାରମ୍ବାର ସାମ୍ନାକୁ ଆସିଲେ ମଧ୍ୟରେ ଶୋଇ ଚେଇଁବାର ଅଭିନୟ କରୁଛନ୍ତି ଉଭୟ ଶାସନ ଓ ପ୍ରଶାସନ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.