ETV Bharat / state

କଳାହାଣ୍ଡିରେ ପାଳିତ ପରଜା ଉତ୍ସବ - paraja utsav celebrates

ଆଦିବାସୀ ଲୋକକଳା, ସଂସ୍କୃତି ଓ ଜୀବନ ଧାରାର ବାର୍ତ୍ତା ବହ ପରଜା ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବକୁ ନେଇ ସଂସ୍କୃତି ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଥିଲା ।

କଳାହାଣ୍ଡିରେ ପାଳିତ ହୋଇଯାଇଛି ପରଜା ଉତ୍ସବ
କଳାହାଣ୍ଡିରେ ପାଳିତ ହୋଇଯାଇଛି ପରଜା ଉତ୍ସବ
author img

By

Published : Mar 11, 2020, 10:49 AM IST

Updated : Mar 11, 2020, 11:28 AM IST

ଭବାନୀପାଟଣା: ଆଦିବାସୀ ଲୋକକଳା, ସଂସ୍କୃତି ଓ ଜୀବନ ଧାରାର ବାର୍ତ୍ତା ବହ ପରଜା ଉତ୍ସବ ପାଳିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ପେରମଞ୍ଜି ଠାରେ 3 ଧରି ଅନୁଷ୍ଠିତ ଏ ଉତ୍ସବରେ ଆଦିବାସୀ ସଂସ୍କୃତି, ପରମ୍ପରା ଓ ଭାଷାକୁ ବଞ୍ଚାଇ ରଖିବା ସହ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବା ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ।

କଳାହାଣ୍ଡିରେ ପାଳିତ ପରଜା ଉତ୍ସବ

ପ୍ରଥମେ ଆଦିବାସୀମାନେ ନିଜ ଧରଣୀ ପୀଠରେ ଜାନି ଦିଶରୀ ପୂଜାର୍ଚ୍ଚନା କରି ଏହି ଉତ୍ସବ ଆରମ୍ଭ କରିଥିଲେ ।ସ୍ଥାନୀୟ ଆଦିବାସୀଙ୍କ ପାରମ୍ପରିକ ଢାପ ନାଚ, ଝାଡଖଣ୍ଡର କରମା ନାଚ ସହ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ କଳାକାର ଏହି ଉତ୍ସବରେ ଯୋଗ ଦେଇଥିଲେ ।

ଉଦଘାଟନୀର ପ୍ରଥମ ଦିନରେ ଓଡିଶା ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନ ବିଭାଗ ଉପଦେଷ୍ଟା ସୁଜିତ କୁମାର ଯୋଗ ଦେଇଥିବାବେଳେ ଉଦଯାପନି ସନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଯୋଗ ଦେଇଥିଲେ । ଉତ୍ସବକୁ ନେଇ ସଂସ୍କୃତି ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଥିଲା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Mar 11, 2020, 11:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.