ETV Bharat / state

2 ଦଫା ଦାବିରେ ଗର୍ଜିଲା ପିଇଓ ସଂଘ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ - protest by panchayat executive officers

2 ଦଫା ଦାବି ନେଇ ଆଜି ସାରା ରାଜ୍ୟରେ ପିଇଓମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଇଓ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

2 ଦଫା ଦାବିରେ ଗର୍ଜିଲା ପିଇଓ ସଂଘ
2 ଦଫା ଦାବିରେ ଗର୍ଜିଲା ପିଇଓ ସଂଘ
author img

By

Published : Aug 18, 2023, 5:00 PM IST

Updated : Aug 18, 2023, 5:13 PM IST

ଭବାନୀପାଟଣା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ପିଇଓ ସଂଘ । ପଞ୍ଚାୟତ ସ୍ତରୀୟ ସମସ୍ତ କାମକୁ ନିର୍ବାହ କରିବା ପାଇଁ ସରକାର ସମସ୍ତ ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତି କରିଛନ୍ତି । ତୃଣମୂଳ ସ୍ତରରେ କାର୍ଯ୍ୟ କରି ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ପିଇଓଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ସେମାନଙ୍କୁ ଏବେ ସରକାର ଅଣଦେଖା କରୁଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ପିଇଓ କର୍ମଚାରୀ ସଂଘ । 2 ଦଫା ଦାବି ନେଇ ରାଜ୍ୟ ସଂଘର ଡାକରା କ୍ରମେ ଆଜି ସାରା ରାଜ୍ୟରେ ପିଇଓମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି । 2 ଦଫା ଦାବିରେ ଏହି ଆନ୍ଦୋଳନ ଚାଲିଥିବାବେଳେ ନବ ନିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ଯୋଗ୍ୟତା ଦ୍ୱାଦଶରୁ ଯୁକ୍ତ ୩ କରିବା ପାଇଁ ମଧ୍ୟ ଦାବି ରହିଛି । ଏହାସହ ରାଜ୍ୟ ସ୍ତରୀୟ ଲେବେଲ-୮ରୁ ଲେବେଲ-୯କୁ ନିର୍ବାହୀ ଅଧିକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପିଇଓ ସଂଘର ସମସ୍ତ ସଦସ୍ୟ ସାମିଲ ହୋଇ ଜିଳପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ପିଇଓଙ୍କ ଦରମା ବୃଦ୍ଧି ଦାବି, ସାମୂହିକ ଛୁଟିରେ ଯିବାକୁ ଚେତାବନୀ

ଗତ ୧୦ ତାରିଖ ଦିନ ସମସ୍ତ ବିଡିଓ ଏବଂ ଜିଲ୍ଲାପାଳଙ୍କ ଜରିଆରେ ଏହି ସବୁ ଦାବି ପୂରଣ କରିବା ନେଇ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଯାହାକୁ ନେଇ ଶେଷରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଧାରଣା ଦେରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଏନେଇ ଆଜି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିବାବେଳେ ଦାବି ପୂରଣ ନହେଲେ ଆସନ୍ତା ଦିନରେ ଆନ୍ଦୋଳନ ଆହୁରି ଶାଣିତ ହେବ ବୋଲି ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି । ଜିଲ୍ଲା ପିଇଓ ସଂଘ ସଭାପତି କହିଛନ୍ତି, "ସରକାର ପଞ୍ଚାୟତିରାଜ ବିଭାଗକୁ ସବୁଠୁ ଅଧିକ ଶକ୍ତିଶାଳୀ କରିବା ସହ ପଞ୍ଚାୟତର ଦାୟିତ୍ବ ଭାର ବଢାଇ ଦେଇଛନ୍ତି । ହେଲେ ସେହି ପଞ୍ଚାୟତମାନଙ୍କରେ ନିଯୁକ୍ତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ଦାବିକୁ ଅଣଦେଖା କରାଯାଉଛି ।"

ଇଟିଭି ଭାରତ, କଳାହାଣ୍ଡି

Last Updated : Aug 18, 2023, 5:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.